ଓଡିଶା

odisha

ETV Bharat / bharat

କାଶ୍ମୀର କର୍ଫ୍ୟୁ; ଇଣ୍ଟରନେଟ ସେବା ଦାବିରେ ଘାଟି ବାସିନ୍ଦା

ସୁଧୁରୁଛି କାଶ୍ମୀର ସ୍ଥିତି । ହେଲେ ଜାରି ରହିଛି କର୍ଫ୍ୟୁ । ଫଳରେ ବନ୍ଦ ରହିଛି ଯୋଗାଯୋଗ । ମୋବାଇଲ,ଇଣ୍ଟରନେଟ୍ ଓ କେବୁଲ ସେବାକୁ ସ୍ବାଭାବିକ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ଡ଼ିଜାଇନ୍ ଫଟୋ

By

Published : Aug 9, 2019, 10:20 PM IST

ଶ୍ରୀନଗର: ଅନୁଛେଦ 370 ଉଚ୍ଛେଦ ପରେ ଶାନ୍ତି ବଜାୟ ପାଇଁ କାଶ୍ମୀରରେ ଜାରି ରହିଛି କର୍ଫ୍ୟୁ । ଇଣ୍ଟରନେଟ ସେବା ଠାରୁ ମୋବାଇଲ । ବନ୍ଦ ରହିଛି ସମସ୍ତ ଯୋଗାଯୋଗ । ସ୍ଥିତି ସୁଧୁରିବା ପରେ ସ୍ବଭାବିକ ହେବ ବ୍ୟବସ୍ଥା।

ଭିଡ଼ିଓ ସୌଜନ୍ଯ: ଇଟିଭି ଭାରତ

ଅଗଷ୍ଟ 4 ତାରିଖରୁ ସମସ୍ତ ଯୋଗାଯୋଗ ସେବା ଘାଟିରେ ବନ୍ଦ ରହିଛି । ଫଳରେ ସ୍ଥାନୀୟ ବାସିନ୍ଦା କିଛିମାତ୍ରାରେ ସନ୍ଦିହୀନ ହୋଇପଡ଼ିଛନ୍ତି । ଇଣ୍ଟରନେଟ, ମୋବାଇଲ ଏବଂ କେବୁଲ ବ୍ୟବସ୍ଥା ସୁଧାରିବା ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । କାର୍ଯ୍ୟାଳୟର କୌଣସି କାର୍ଯ୍ୟ କରିହେଉନଥିବା ନେଇ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି ।

ଏପରି ପରିସ୍ଥିତି ପ୍ରଥମଥର ପାଇଁ ଆମେ ଭୋଗ କରୁଛୁ । ସ୍ଥାନୀୟ ବାସିନ୍ଦାଙ୍କ ଖବର ସଂଗ୍ରହ କରି ଫାଇଲ କରିବା ସମ୍ଭବ ହେଉନଥିବା କହିଛନ୍ତି ଜଣେ ସାମ୍ବାଦିକ । ଯୋଗାଯୋଗ ବ୍ୟବସ୍ଥା ବନ୍ଦ ରହିଥିବାରୁ ଖବର ସଂଗ୍ରହ ହୋଇପାରୁନାହିଁ । ଖବର ପଠାଇବା ମଧ୍ୟ ସମ୍ଭବ ହେଉନଥିବା ସେ କହିଛନ୍ତି ।

ଜମ୍ମୁ କାଶ୍ମୀରରେ ଧାରା 370 ଏବଂ 35(କ) ହଟାଇଛନ୍ତି ସରକାର । ଘାଟିରେ ଶାନ୍ତି ବଜାୟ ରଖିବା ଲକ୍ଷ୍ୟରେ କେନ୍ଦ୍ର ସରକାର କର୍ଫ୍ୟୁ ଜାରି ରଖିବା ସହ ଯୋଗାଯୋଗ ବ୍ୟବସ୍ଥାକୁ ବିଛିନ୍ନ କରିଛନ୍ତି । ଶାନ୍ତି ଫେରିବା ପରେ ପୁନର୍ବାର ସମସ୍ତ ସେବା ଯୋଗାଇଦେବାକୁ ମଧ୍ୟ କହିଛନ୍ତି ସରକାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details