ଓଡିଶା

odisha

ETV Bharat / bharat

କାଶ୍ମୀରରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବ ପୁନେ ବିଶ୍ବବିଦ୍ୟାଳୟ

ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ -କାଶ୍ମୀରରେ ଏକ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ପାଇଁ ପୁନେ ବିଶ୍ବବିଦ୍ୟାଳୟର ପ୍ରଶାସନିକ ବିଭାଗ ଅନୁମତି ପତ୍ର ପାଇଁ ସରକାରଙ୍କ ଯୋଗାଯୋଗ କରିଛି ।

ଫଟୋ ସୌଜନ୍ୟ: ANI

By

Published : Aug 24, 2019, 10:48 AM IST

ପୁନେ: ଅବିଭକ୍ତ ଜମ୍ମୁ-କାଶ୍ମୀରରୁ ସମ୍ବିଧାନର 370 ଧାରା ଉଚ୍ଛେଦ ହେବା ପରେ ଏଠାରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଛି । ଏଠାକାର ସାମଗ୍ରିକ ବିକାଶ ଉପରେ ବର୍ତ୍ତମାନ ଧ୍ୟାନ କେନ୍ଦ୍ରୀତ କରାଯାଉଛି । ଏହି କ୍ରମରେ ମହାରାଷ୍ଟ୍ରର ପୁନେ ସ୍ଥିତ ସାବିତ୍ରୀବାଇ ଫୁଲେ ବିଶ୍ବବିଦ୍ୟାଳୟ କାଶ୍ମୀରରେ ଏକ ନୂତନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବାକୁ ଯାଉଛି ।

ଶୁକ୍ରବାର ବିଶ୍ବବିଦ୍ୟାଳୟର ପ୍ରଶାସନିକ ବିଭାଗ ଏକ ପଦକ୍ଷେପ ହାତକୁ ନେଇଛି । ଏହି ମର୍ମରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ସରକାରଙ୍କୁ ଠାରୁ ଅନୁମତି ମଗାଯାଇଛି । ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଶ୍ବବିଦ୍ୟାଳୟର କୁଳପତି କହିଛନ୍ତି ଯେ, ଏ ବାବଦରେ ପ୍ରଶାସନିକ ସ୍ତରରେ ଆଲୋଚନା କରାଯାଇଛି। ଗତ ଅଗଷ୍ଟ 5 ତାରିଖରେ ଜମ୍ମୁ-କାଶ୍ମୀର ଏବଂ ଲାଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷଣା କରଯାଇଛି ।

ABOUT THE AUTHOR

...view details