ଓଡିଶା

odisha

By

Published : Apr 25, 2020, 2:28 PM IST

ETV Bharat / bharat

କର୍ମକ୍ଷେତ୍ରରେ ଅଟକିଥିବା ଶ୍ରମିକ ପାଇଁ ପରିବହନ ବ୍ୟବସ୍ଥା କଲେ କର୍ଣ୍ଣାଟକ ସରକାର

ନିର୍ମାଣ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରାଜ୍ୟରେ ଶ୍ରମିକଙ୍କ ପରିବହନ ବ୍ୟବସ୍ଥା କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶନିବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

stranded workers
କର୍ଣ୍ଣାଟକ ସରକାରଙ୍କ ପ୍ରୟାସ

ବେଙ୍ଗାଲୁରୁ: ହଟସ୍ପଟ ନଥିବା କିମ୍ବା କଣ୍ଟେନମେଣ୍ଟ ଜୋନରେ ଅର୍ଥନୈତିକ କାର୍ଯ୍ୟକଳାପକୁ ପରିଚାଳିତ କରିବା ପାଇଁ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି । ନିର୍ମାଣ କିମ୍ବା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରାଜ୍ୟରେ ଶ୍ରମିକଙ୍କ ପରିବହନ ବ୍ୟବସ୍ଥା କରିବାକୁ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଶନିବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଅଧିକାରୀ ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ, ମୁଖ୍ୟ ସଚିବ ଟି ଏମ ବିଜୟ ଭାସ୍କର ଜିଲ୍ଲାର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଠାରେ କୋଭିଡ୍ ହଟସ୍ପଟ୍ କିମ୍ବା କଣ୍ଟେନମେଣ୍ଟ ଜୋନ୍ ନାହିଁ, କେବଳ ରାଜ୍ୟ ଭିତରେ କର୍ମକ୍ଷେତ୍ରରେ ଅଟକି ରହିଥିବା ଶ୍ରମିକଙ୍କ ପରିବହନ ପାଇଁ ବସ କିମ୍ବା ଅନ୍ୟାନ୍ୟ ଯାନ ବ୍ୟବସ୍ଥା କରାଯିବ ।

ମାର୍ଚ୍ଚ 25 ରେ ଏହି ଲକଡାଉନ୍ ଆରମ୍ଭ କରାଯାଇ ମେ 3 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବାରୁ ବସ୍ ଏବଂ ଟ୍ରେନ୍ ସେବା ବନ୍ଦ ରିହଛି । ହଜାର ହଜାର ସ୍ଥାନୀୟ ତଥା ପ୍ରବାସୀ ଶ୍ରମିକ ମେକ୍-ସିଫ୍ଟ ରିଲିଫ୍ କ୍ୟାମ୍ପରେ ରହିଆସୁଥିଲେ। ସରକାରୀ କର୍ତ୍ତୃପକ୍ଷ ନିଶ୍ଚିତ କରିବେ କି, ଯାତାୟାତ ସମୟରେ ସାମାଜିକ ଶାରୀରିକ ଦୂରତା ବଜାୟ ରଖାଯାଉଛି । କେବଳ 40 ପ୍ରତିଶତ ବସ୍ କିମ୍ବା ଅନ୍ୟାନ୍ୟ ପରିବହନ ଯାନ ଚାଲିବ । ଶ୍ରମିକମାନେ ବ୍ୟକ୍ତିଗତ ସୁରକ୍ଷା ପାଇଁ ମାସ୍କ ଏବଂ ସୁରକ୍ଷା ଗିଅର ପିନ୍ଧିବେ ।

ଶିଳ୍ପ, କୃଷି, ନିର୍ମାଣ କିମ୍ବା ଅନ୍ୟାନ୍ୟ କ୍ଷେତ୍ରରେ ନିୟୋଜିତ ହଜାର ହଜାର ଶ୍ରମିକ ନିଜ କାର୍ଯ୍ୟ ସ୍ଥାନରୁ ସ୍ଥାନାନ୍ତରିତ ହୋଇ ଲକଡାଉନ୍ ସମୟରେ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଥିବାରୁ ସେମାନଙ୍କୁ ସ୍କ୍ରିନିଂ କରାଯିବ । ତେବେ ରାଜ୍ୟ ବାହାର ପ୍ରବାସୀ ଶ୍ରମିକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯାଇଛି । ମାର୍ଚ୍ଚରେ ଏହି ଭୂତାଣୁ ବ୍ୟାପିବା ପରେ ରାଜ୍ୟର 30 ଟି ଜିଲ୍ଲା ମଧ୍ୟରୁ 13 ଟି ରେଡ୍ ଜୋନ, 8 ଟି ଅରେଞ୍ଜ ଜୋନ୍ ଓ 10 ଟି ଗ୍ରୀନ ଜୋନ ଭାବେ ଚିହ୍ନଟ କରାଯାଇଛି ।

ABOUT THE AUTHOR

...view details