ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ: ବିବାହ ପାଇଁ ଧର୍ମ ପରିବର୍ତ୍ତନ ଉପରେ ଲାଗିଲା ପ୍ରତିବନ୍ଧକ - କର୍ଣ୍ଣାଟକ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ

କର୍ଣ୍ଣାଟକରେ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରାଯାଉଛି । ତେବେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଏହାକୁ ବେଆଇନ କହିବା ସହ ଆଗକୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

Karnataka to enact law banning religious conversions for marriage, says Minister
କର୍ଣ୍ଣାଟକରେ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଉପରେ ଲାଗିଲା ପ୍ରତିବନ୍ଧକ

By

Published : Nov 3, 2020, 7:38 PM IST

ବେଙ୍ଗାଲୁରୁ: ଅଲଗା ଧର୍ମର ବ୍ୟକ୍ତି ବା ମହିଳାଙ୍କୁ ବିବାହ କରିବା ପାଇଁ ନିଜ ଧର୍ମକୁ ପରିବର୍ତ୍ତନ କରିବା ଉପରେ ରାଜ୍ୟରେ ପ୍ରତିବନ୍ଧକ ଲାଗିଛି । ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ତଥା ବିଜେପି ଜାତୀୟ ସାଧାରଣ ସମ୍ପାଦକ ସି ଟି ରବି ଏହି ପ୍ରତିବନ୍ଧକ ଲଗାଇଥିବା ଜଣାପଡିଛି ।

କର୍ଣ୍ଣାଟକରେ ବିବାହ ପାଇଁ ଧର୍ମ ପରିବର୍ତ୍ତନ ଉପରେ ଲାଗିଲା ପ୍ରତିବନ୍ଧକ

ବିବାହ ଲାଗି ଧର୍ମ ପରିବର୍ତ୍ତନ କରିବା ସଂପୂର୍ଣ୍ଣ ଭାବରେ ଏକ ବେଆଇନ କାର୍ଯ୍ୟ ବୋଲି ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ବିବୃତ୍ତି ଦେବା ପରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । 'ଜିହାଦିସ' ପ୍ରସଙ୍ଗରେ ରାଜ୍ୟରେ ମହିଳାଙ୍କ ସମ୍ମାନ କ୍ଷତି ହେଉଛି । ଏଣୁ ରାଜ୍ୟ ସରକାର ଆଉ ଜିହାଦିସ ପ୍ରସଙ୍ଗରେ ଚୁପ୍‌ ରହିବେ ନାହିଁ । ରାଜ୍ୟରେ ଏଭଳି ପ୍ରସଙ୍ଗ ସାମନାକୁ ଆସିଲେ ଧର୍ମ ପରିବର୍ତ୍ତନ କରିଥିବା ବ୍ୟକ୍ତି ବା ମହିଳାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଟ୍ବିଟ ଯୋଗେ କହିଛନ୍ତି ।

ପୂର୍ବରୁ ବିଜେପି ଶାସିତ ଅନ୍ୟ ରାଜ୍ୟ ଯଥା ଉତ୍ତରପ୍ରଦେଶ, ହରିୟାଣା ଓ ମଧ୍ୟପ୍ରଦେଶରେ ମଧ୍ୟ ' ଲଭ ଜିହାଦ 'କୁ ବେଆଇନ ବୋଲି କହିଥିଲା ଏବଂ ଏଥିରେ ସଂପୃକ୍ତ ଲୋକଙ୍କ ବିରୋଧରେ ସରକାର ଆଇନ ଅନୁଯାୟୀ ଦଣ୍ଡ ବିଧାନ କରାଯିବ ।

ଗତ ଅକ୍ଟୋବର 31 ତାରିଖରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ କେବଳ ବାହାଘର ଉଦ୍ଦେଶ୍ୟରେ ନିଜ ଧର୍ମ ପରିବର୍ତ୍ତନ କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ, ଏହା ସଂପୂର୍ଣ୍ଣ ଭାବେ ଏକ ମୂଲ୍ୟହୀନ ପ୍ରସଙ୍ଗ । ତେବେ ଉତ୍ତରପ୍ରଦେଶରେ ଗତ ଜୁଲାଇ ମାସରେ ବିବାହ କରିଥିବା ଜଣେ ନବଦମ୍ପତି ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ମହିଳାଙ୍କ ସଂପର୍କୀୟ ତାଙ୍କ ବୈବାହିକ ଜୀବନରେ ହସ୍ତକ୍ଷେପ କରୁଛନ୍ତି । ତେବେ ଆହ୍ଲାବାଦ ନବଦମ୍ପତିଙ୍କ ଏହି ଅଭିଯୋଗକୁ ଖାରଜ କରିଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details