ଓଡିଶା

odisha

ETV Bharat / bharat

ପୋଲିସ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଟେଷ୍ଟିଂ ସେଣ୍ଟର - ପୋଲିସ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ସେଣ୍ଟର

ଜଣେ କନେଷ୍ଟବଳ କୋରୋନା ଯୋଗୁଁ ଆତ୍ମହତ୍ୟା କରିବା ପରେ ଏହି ରାଜ୍ୟରେ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର କୋଭିଡ ଟେଷ୍ଟିଂ ସେଣ୍ଟର । ଅଧିକ ପଢନ୍ତୁ...

ପୋଲିସ କର୍ମଚାରୀଙ୍କ ସ୍ବତନ୍ତ୍ର କୋଭିଡ ଟେଷ୍ଟିଂ ସେଣ୍ଟର
ପୋଲିସ କର୍ମଚାରୀଙ୍କ ସ୍ବତନ୍ତ୍ର କୋଭିଡ ଟେଷ୍ଟିଂ ସେଣ୍ଟର ପୋଲିସ କର୍ମଚାରୀଙ୍କ ସ୍ବତନ୍ତ୍ର କୋଭିଡ ଟେଷ୍ଟିଂ ସେଣ୍ଟର

By

Published : Jun 24, 2020, 7:18 AM IST

ବେଙ୍ଗାଲୁରୁ: ଦେଶରେ ଚିନ୍ତା ବଢାଇଛି କୋରୋନା ସଂକ୍ରମଣ ବୃଦ୍ଧି । ଅତ୍ୟନ୍ତ ଚିନ୍ତାଜନକ ହୋଇଛି ସୁରକ୍ଷାକର୍ମୀଙ୍କ ସଂକ୍ରମିତ ଖବର । କୋରୋନା ଲଢେଇରେ ଦେଶର ଅନେକ ପୋଲିସ କର୍ମଚାରୀ ଏବେ କୋରୋନା ଆକ୍ରାନ୍ତ । ଏମାନଙ୍କ ଟେଷ୍ଟିଂ ପାଇଁ ସ୍ବତନ୍ତ୍ର କୋଭିଡ ସେଣ୍ଟର ପ୍ରସ୍ତୁତ କରୁଛି କର୍ଣ୍ଣାଟକ ସରକାର ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ.ୟେଦୁରୁପ୍ପା ମଙ୍ଗଳବାର ଟ୍ବିଟ କରି କହିଛନ୍ତି, ପୋଲିସ କର୍ମଚାରୀଙ୍କ ରାଜ୍ୟରେ କୋଭିଡ ଟେଷ୍ଟିଂର ସ୍ବତନ୍ତ୍ର ପରୀକ୍ଷା କେନ୍ଦ୍ର ସ୍ଥାପନା କରାଯାଉଛି । ସମସ୍ତ ସଂକ୍ରମିତ କର୍ମଚାରୀଙ୍କୁ ଏଠାରେ ଉନ୍ନତ ଚିକିତ୍ସା ପ୍ରଦାନ କରାଯିବ ।

କର୍ଣ୍ଣାଟକ ରିଜର୍ଭ ପୋଲିସ(କେଏସଆରପି)ର ଜଣେ 50 ବର୍ଷୀୟ କନେଷ୍ଟବଳ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି । ମୁଖ୍ୟମନ୍ତ୍ରୀ କନେଷ୍ଟବଳଙ୍କ ମୃତ୍ୟୁ ଉପରେ ଶୋକବ୍ୟକ୍ତ କରିବା ସହ ତୁରନ୍ତ କ୍ଷତିପୂରଣ ଦେବାକୁ ମଧ୍ୟ ରାଜ୍ୟ ଗୃହ ବିଭାଗକୁ ସୂଚନା ଦେଇଥିଲେ । ୟେଦୁରପ୍ପା ଅନ୍ୟ ଏକ ଟ୍ବିଟରେ କହିଛନ୍ତି, ଗତ 3 ମାସ ଧରି କୋରୋନା ଯୋଦ୍ଧା ଅତ୍ୟନ୍ତ ପ୍ରଶଂସନୀୟ କାମ କରିଛନ୍ତି।

ମହାମାରୀ ବିରୁଦ୍ଧରେ ଏମାନେ ଫ୍ରଣ୍ଟଲାଇନର ସାଜିଥିବାବେଳେ 70 ପୋଲିସ ସଂକ୍ରମିତ ହୋଇଛନ୍ତି । ସହକାରୀଙ୍କ ଠାରୁ ରାଜ୍ୟ ପୁଲିସର ଅତିରିକ୍ତ ନିର୍ଦ୍ଦେଶକ ସାଧାରଣ (ADGP) ସମସ୍ତେ 14 ପାଇଁ କ୍ବାରେଣ୍ଟାଇନରେ ରହିଛନ୍ତି ।

ସେହିପରି 58 ପୋଲିସ ଅଧିକାରୀ ଓ କର୍ମଚାରୀ, ପୁଲିସ ଇନ୍ସପେକ୍ଟର (IGP-ଦକ୍ଷିଣ ପରିସର), ମୈସୁର ସୁପରିଟେଣ୍ଟଣ୍ଡ ପୋଲିସ୍ , ଅତିରିକ୍ତ ସୁପରିଟେଣ୍ଟଣ୍ଡ ପୋଲିସଙ୍କ ଭଳି ଅନେକ ଅଧିକାରୀ ଏବେ କୋରୋନା କବଳରେ । ଅଧାରୁ ଅଧିକ ମଧ୍ୟ କର୍ମଚାରୀ ହୋମ କ୍ବାରେଣ୍ଟାଇନରେ ରହିଛନ୍ତି ।

@IANS

ABOUT THE AUTHOR

...view details