ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ସଙ୍କଟ, କଣ ହେବ ସମ୍ଭାବ୍ୟ ସମୀକରଣ ?

ସରକାରକୁ ଶାସନ ଗାଦି ଚିନ୍ତା । ପୂର୍ବରୁ ତିନି ଏବଂ ଶନିବାର 11 । ସମୁଦାୟ 14 ବିଧାୟକଙ୍କ ଦଳତ୍ୟାଗ ପରେ ସରକାର ଟଳମଳ । ବଦଳିପାରେ ସମୀକରଣ, ବିଜେପି ଗଢିପାରେ ସରକାର ।

By

Published : Jul 7, 2019, 1:22 PM IST

ଡ଼ିଜାଇନ୍ ଫଟୋ


ବେଙ୍ଗାଲୁରୁ: ରାଜ୍ୟ ରାଜନୀତିରେ ତୃତୀୟ ଥର ପାଇଁ ଦେଖାଦେଇଛି ସରକାର ଟଳିବା ଆଶା । ଆଉ ଏବେ କୁମାରସ୍ବାମୀ ସରକାରକୁ ଘାରିଛି ମେଣ୍ଟ ସଙ୍କଟ । ଶନିବାର କଂଗ୍ରେସର 8 ଓ ଜେଡ଼ିଏସର 3 ବିଧାୟକ ସରକାରରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ଅନୁପସ୍ଥିତ ଥିବା କାରଣରୁ ଇସ୍ତଫା ପତ୍ର ଗୃହୀତ ହୋଇନାହିଁ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଆମେରିକା ଗସ୍ତରେ ଥିବାବେଳେ ଆଜି ଅପରାହ୍ଣରେ ଫେରିବେ ଏବଂ ରାଜ୍ଯ କଂଗ୍ରେସ ସଭାପତି ଦିନେଶ ଗୁଣ୍ଡୁରାଓ ବ୍ରିଟେ୍ନ ଗସ୍ତରେ ଅଛନ୍ତି ।

ଯଦି ଏହି ଏଗାର ବିଧାୟକଙ୍କ ଇସ୍ତଫା ପତ୍ର ମଙ୍ଗଳବାର ଗୃହୀତ ହୋଇଯାଏ, ତେବେ କୁମାରସ୍ବାମୀ ସରକାରର ଆସନ ଟଳିବାର ଆସା ଉଜ୍ଜୀବିତ ହେବ । ରାଜ୍ଯରେ ମୋଟ ବିଧାୟକଙ୍କ ସଂଖ୍ଯା 224 ରହିଥିବାବେଳେ, ସେଥି ମଧ୍ୟରୁ ବିଜେପିର 105, କଂଗ୍ରେସର 78, ଜେଡ଼ିଏସ 37, ନିର୍ଦଳୟ 3 ଓ ଜଣେ ବହୁଜନ ସମାଜବାଦୀ ପାର୍ଟିର ବିଧାୟକ ରହିଛନ୍ତି । ନିର୍ବାଚନରେ ବିଜେପି ସର୍ବାଧିକ ଆସନ ପାଇଥିବା ସତ୍ତ୍ବେ ସରକାର ଗଠନ କରିବାକୁ ଆବଶ୍ୟକୀୟ ଆସନ ପାଇପାରିନଥିଲା । ଅନ୍ୟପଟେ କଂଗ୍ରେସ ଓ ଜେଡ଼ିଏସର ମେଣ୍ଟ ହେବାପରେ ବିଧାୟକଙ୍କ ସଂଖ୍ଯା ପହଞ୍ଚିଥିଲା 115ରେ । ବସପାର ଏକ ଏବଂ ଦୁଇ ସ୍ବାଧିନ ବିଧାୟକଙ୍କ ସମର୍ଥନରେ ଦଳର ସଂଖ୍ଯା ଛୁଇଁଥିଲା 118 । ଫଳରେ ମେଣ୍ଟ ସରକାରରେ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ହେବାକୁ ପୂର୍ଣ୍ଣ ସକ୍ଷମ ହୋଇଥିଲେ ।

କିନ୍ତୁ ବର୍ତ୍ତମାନର ମେଣ୍ଟକୁ ସଙ୍କଟରେ ପକାଇଛି ଦଳୀୟ ସ୍ଥିତି । ପୂର୍ବରୁ ଦୁଇ କଂଗ୍ରେସ ବିଧାୟକ ଦଳ ଛାଡ଼ିଥିବାବେଳେ ଜଣେ ଜେଡ଼ିଏସ ବିଧାୟକଙ୍କୁ ଦଳ ବହିଷ୍କୃତ କରିଥିଲା । ଆଉ ଗତକାଲି ଅର୍ଥାତ୍ ଶନିବାର 11 ବିଧାୟକ ଦେଇଛନ୍ତି ତ୍ଯାଗପତ୍ର । ଯଦି ଏହି ବିଧାୟକଙ୍କର ଇସ୍ତଫାପତ୍ର ଗୃହୀତ ହୁଏ, ତେବେ ସମୁଦାୟ 14 ଜଣ ବିଧାୟକ ମେଣ୍ଟ ସରକାରରୁ ଓହରିବା ସୁନିଶ୍ଚିତ । ପରେ ଦଳ ପାଖରେ ଆଉ ରହୁଛନ୍ତି 104 ବିଧାୟକ । ଏପଟେ ବିଧାନସଭାରେ ମୋଟ ସଦସ୍ଯ ସଂଖ୍ଯା ରହିବ 210 । ସରକାର ଗଠନ କରିବାକୁ ଆବଶ୍ଯକୀୟ ସଂଖ୍ଯା ହେବ 206 । ଯାହା ବିଜେପିର ସମୁଦାୟ ସଦସ୍ଯଙ୍କ ଠାରୁ ଏକ କମ୍ । ତେଣୁ ରାଜ୍ଯରେ ବିଜେପି ସରକାର ଗଠନ କରିବା ପାଇଁ କଳେବଳେ କୌଶଳେ ପ୍ରୟାସ କରିବ ।

ଅନ୍ୟପଟେ ଯେହେତୁ ମେଣ୍ଟଦଳ ପାଖରେ ସରକାର ଗଠନ କରିବାକୁ ଆବଶ୍ଯକୀୟ ଆସନ ରହୁନାହିଁ । ରାଜ୍ଯରେ ସର୍ବାଧିକ ଆସନ ପାଇଥିବା ବିଜେପିକୁ ରାଜ୍ଯପାଳ ସରକାର ଗଠନ କରିବାକୁ ଦେଇପାରନ୍ତି ନିମନ୍ତ୍ରଣ ।

ABOUT THE AUTHOR

...view details