ବେଙ୍ଗାଲୁରୁ: ହସ୍ପିଟାଲ ଭିତରେ ମାଆ, ବାହାରେ ରାହା ଧରି କାନ୍ଦୁଛି କୁନି ଝିଅ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କର୍ଣ୍ଣାଟକର ଏକ ହସ୍ପିଟାଲ ବାହାରେ। ଆମେ କହୁଛୁ ବର୍ତ୍ତମାନର ସ୍ଥିତିରେ ଆଗଧାଡିର ଯୋଦ୍ଧା ସାଜିଥିବା ନର୍ସ ସୁନନ୍ଦାଙ୍କ କଥା । ସେ 15 ଦିନ ହେବ ଘରକୁ ଯାଇନଥିବାରୁ ମାଆକୁ ଦେଖିବାକୁ ହସ୍ପିଟାଲକୁ ଆସିଥିଲା କୁନିଝିଅଟି ।
ମାଆକୁ ଭେଟିବାକୁ ହସ୍ପିଟାଲ ବାହାରେ ରାହା ଧରି କାନ୍ଦୁଛି ଝିଅ... - karnataka
କୋରୋନା ପାଇଁ ଏବେ ହସ୍ପିଟାଲରେ ମା। 15 ଦିନ ହେବ ମାକୁ ଦେଖିନଥିବାରୁ ହସ୍ପିଟାଲ ବାହାରେ ରାହା ଧରି କାନ୍ଦୁଛି କୁନି ଝିଅ। ଅଧିକ ପଢନ୍ତୁ...
ବାପାଙ୍କ ସହ ଜିଦ କରି ମାକୁ ଭେଟିବା ପାଇଁ ଧାଇଁଆସିଥିଲା ଝିଅ। କିନ୍ତୁ ଦୁର୍ଭାଗ୍ୟରେ ବିଷୟରେ କେବଳ ଦୂରରେ ଥାଇ ମାଆକୁ ଦେଖି କାନ୍ଦୁଥିଲା ଝିଅ । କିନ୍ତୁ ହସ୍ପିଟାଲ ପରିସର ଭିତରୁ ଆସିପାରୁନଥିଲେ ନର୍ସ ଜଣକ । ସେ ମଧ୍ୟ ଝିଅକୁ ଦେଖି ନିଜର ମମତାକୁ ରୋକିପାରିନଥିଲେ । ଗୋଟିଏ ପଟେ ମାର ମମତା, ଅନ୍ୟ ପଟେ ସମାଜ ପ୍ରତି ତାଙ୍କର କର୍ତ୍ତବ୍ୟ । ସେ ମଧ୍ୟ ନିଜର ଭାବନାକୁ ନିୟନ୍ତ୍ରଣ କରିପାରିନଥିଲେ କାନ୍ଦିକାନ୍ଦି ଝିଅକୁ ଘରକୁଯିବାକୁ କହିଥିଲେ । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନିଜେ ନର୍ସ ସୁନନ୍ଦାଙ୍କ ସହ କଥା ହୋଇଥିବା 29 ସେକେଣ୍ଡର ଅଡିଓ ଟ୍ବିଟ କରି ତାଙ୍କର ଭାବପ୍ରବଣତା ନେଇ ଲେଖିଛନ୍ତି । ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ବୋଲି କହିଛନ୍ତି ୟେଦ୍ଦୁରପ୍ପା ।
କିପରି ହେଲଥ ମାନେ ୱାର୍କର ନିଜ ପରିବାର ଏବଂ ଘର ଛାଡି ସେମାନେ ଏବେ ଆମର ସୁରକ୍ଷା କବଚ ସାଜିଚନ୍ତି। ତେଣୁ ସମସ୍ତେ ଏହି ବିପଦ ସମୟରେ ଏମାନଙ୍କୁ ସହାୟ ହେବା । ଘରେ ରହିବା ସୁରକ୍ଷିତ ରହିବା ।