ମୁମ୍ବାଇ: କର୍ଣ୍ଣାଟକ ମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁମ୍ବାଇ ପୋଲିସ ନିଜ ହେପାଜତକୁ ନେଇଛି । ମୁ୍ମ୍ବାଇଲ କନଭିକସନ ସେଣ୍ଟ୍ରାଲ ହୋଟେଲରେ ବିଦ୍ରୋହୀ ବିଧାୟକଙ୍କୁ ଭେଟିବାକୁ ଶିବ କୁମାରଙ୍କୁ ଅନୁମତି ନ ମିଳିବାରୁ ସେ ହୋଟେଲ ବାହାରେ ବସିଥିଲେ ।
ଶିବକୁମାରଙ୍କୁ ହେପାଜତକୁ ନେଲା ମୁମ୍ବାଇ ପୋଲିସ
ମୁମ୍ବାଇ ପୋଲିସ ହେପାଜତରେ କର୍ଣ୍ଣାଟକ ମନ୍ତ୍ରୀ ଡିକେ ଶିବକୁମାର । 144 ଧାରା ଲାଗୁ ସତ୍ତ୍ବେ ହୋଟେଲ ବାହାରେ ବସିଥିଲେ ଶିବକୁମାର ।
ଫଟୋ ସୌଜନ୍ୟ: ଏଏନଆଇ
ହୋଟେଲ ବାହାରେ 144 ଧାରା ଲାଗୁ ହୋଇଥିବାରୁ ମୁମ୍ବାଇ ପୋଲିସ ଶିବକୁମାରଙ୍କୁ ନିଜ ହେପାଜତକୁ ନେଇଥିବା ଜଣାପଡିଛି।