ଓଡିଶା

odisha

ETV Bharat / bharat

ଭାରତକୁ ହିନ୍ଦୁ ରାଷ୍ଟ୍ର ନକହିବାରୁ ମାଡଖାଇଲେ ଯୁବକ

ଭାରତକୁ ହିନ୍ଦୁ ରାଷ୍ଟ୍ର ନକହିବାରୁ ଜଣେ ଯୁବକଙ୍କୁ ମାଡ ମରାଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଙ୍ଗାଲୁରୁରେ।

ଯୁବକଙ୍କୁ ମାଡ ମରାଯାଉଥିବାର ଦୃଶ୍ୟ

By

Published : Sep 26, 2019, 10:02 AM IST

Updated : Sep 26, 2019, 10:30 AM IST


ବେଙ୍ଗାଲୁରୁ: ଭାରତକୁ ହିନ୍ଦୁ ରାଷ୍ଟ୍ର ନକହିବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଏ ଅଭିଯୋଗରେ ତାଙ୍କୁ ମାଡ ମରାଯାଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଙ୍ଗାଲୁରୁରେ ।

ଫଟୋ ସୌଜନ୍ୟ:ଇଟିଭି ଭାରତ

ଗତ ବୁଧବାର ଜଣେ ଯୁବକ ସ୍ଥାନୀୟ ଏକ ମଲରେ ବୁଲୁଥିଲେ । ସେହି ସମୟରେ କିଛି ଯୁବକ ଆସି ତାଙ୍କୁ ଭାରତ ଏକ ହିନ୍ଦୁ ରାଷ୍ଟ୍ର କହିବାକୁ ବାଧ୍ୟ କରିଥିଲେ । ମଲରେ ଥିବା ଯୁବକ ଜଣଙ୍କ ତାହା ନକହିବାରୁ ଅନ୍ୟ ଯୁବକ ତାଙ୍କ ସହ ମାରପିଟ୍ କରିଥିଲେ । ଏହି ଅଭିଯୋଗ ଆଧାରରେ ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି ।

Last Updated : Sep 26, 2019, 10:30 AM IST

For All Latest Updates

TAGGED:

ABOUT THE AUTHOR

...view details