ଓଡିଶା

odisha

By

Published : Aug 12, 2019, 2:09 PM IST

ETV Bharat / bharat

କର୍ଣ୍ଣାଟକରେ ବନ୍ୟା ବିଭୀଷିକା: 2 କି.ମି ଭାସିଗଲା ଦେବୀଙ୍କ ମୂର୍ତ୍ତି

ବନ୍ୟା ଦାଉରୁ ରକ୍ଷା ପାଇଲେନି ଭଗବାନ । କର୍ଣ୍ଣାଟକ ବେଲଗମ୍‌ ଜିଲ୍ଲା ଗୁଜନାଲା ଗାଁର ଅଧିଷ୍ଠାତ୍ରୀ ବନ୍ଦେମା ଦେବୀଙ୍କ ମୂର୍ତ୍ତି ବନ୍ୟାରେ ଭାସିଯାଇଥିବା ଦେଖିବାକୁ ମିଳିଛି ।

ଡିଜାଇନ ଫଟୋ

ବେଙ୍ଗାଲୁରୁ: ଲଗାଣ ବର୍ଷାରୁ କର୍ଣ୍ଣାଟକରେ ଦେଖାଦେଇଛି ବନ୍ୟା ପରିସ୍ଥିତି । ବନ୍ୟାରେ ଅନେକ ଜିଲ୍ଲା ପ୍ରଭାବିତ ହୋଇଛି । ଲୋକଙ୍କ ସମେତ ଭଗବାନ ବି ଏହି ବନ୍ୟା ଦାଉରୁ ରକ୍ଷା ପାଇନାହାଁନ୍ତି । ବନ୍ୟାରେ ଭଗବାନଙ୍କ ମୂର୍ତ୍ତି ଭାସିଯାଇଥିବା ଦେଖିବାକୁ ମିଳିଛି ।

କର୍ଣ୍ଣାଟକ ବେଲଗମ୍‌ ଜିଲ୍ଲା ଗୁଜନାଲା ଗାଁର ଅଧିଷ୍ଠାତ୍ରୀ ବନ୍ଦେମା ଦେବୀଙ୍କ ମୂର୍ତ୍ତି ବନ୍ୟାରେ ଭାସିଯାଇଛି । ମୂର୍ତ୍ତିଟି ପାଖାପାଖି 2 କିଲୋମିଟର ଭାସିଯିବା ପରେ ନିକଟସ୍ଥ ଗାଁରେ ଲାଗିଥିଲା । ପରେ କିଛି ସ୍ଥାନୀୟ ଯୁବକଙ୍କ ମୂର୍ତ୍ତିକୁ ସେଠାରୁ ଉଦ୍ଧାର କରି ଆଣିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ତେବେ ଏହି ସମୟରେ ମୂର୍ତ୍ତିଟି ଭାସିଯାଇ ଲାଗିଥିବା ଗାଁ ଓ ଗୁଜନାଲା ଗାଁ ମଧ୍ୟରେ ମୂର୍ତ୍ତି ଲାଗି ଝଗଡା ଲାଗିଥିଲା । ଶେଷରେ ମୂର୍ତ୍ତିକୁ ଗୁଜନାଲା ଗ୍ରାମବାସୀ ଗାଁକୁ ଫେରାଇ ଆଣିବାରେ ସଫଳ ହୋଇଛନ୍ତି ।

ABOUT THE AUTHOR

...view details