ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ନାଟକ;  ସୁପ୍ରିମକୋର୍ଟରେ ଶୁଣାଣି ଆଜି

କଂଗ୍ରେସ-ଜେଡିଏସ ସରକାରଙ୍କ 15 ବିଧାୟକ ନିଜ ଇସ୍ତଫାକୁ ନେଇ ଶୀର୍ଷ ଅଦାଲତରେ ଯାଚିକା ଦାୟର କରିଥିଲେ । ଯାହାର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହେବ ।

By

Published : Jul 16, 2019, 9:35 AM IST

ଫାଇଲ ଫଟୋ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୈତିକ ସଙ୍କଟ ଉପରେ ଆଜି ସୁପ୍ରିମ କୋର୍ଟରେ ଶୁଣାଣି ହେବ । କଂଗ୍ରେସ-ଜେଡିଏସ ସରକାରଙ୍କ 15 ବିଧାୟକ ନିଜ ଇସ୍ତଫାକୁ ନେଇ ଶୀର୍ଷ ଅଦାଲତରେ ଯାଚିକା ଦାୟର କରିଥିଲେ । ଯାହାର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କରିବେ ।

ସୂଚନା ଯୋଗ୍ୟ ଯେ, ବିଧାନସଭା ବାଚସ୍ପତି ଇସ୍ତଫା ଗ୍ରହଣ ନ କରିବା ପରେ 10 ବିଦ୍ରୋହୀ ବିଧାୟକ ସୁପ୍ରିମକୋର୍ଟରେ ଅଭିଯୋଗ ଆଣିଥିଲେ । ବାଚସ୍ପତି ବିନା କିଛି କାରଣରେ ଇସ୍ତଫା ଗ୍ରହଣ କରୁନଥିବା ସେମାନେ ନିଜ ଅଭିଯୋଗରେ ଦର୍ଶାଇଥିଲେ । ଏହାର ଶୁଣାଣି କୋର୍ଟ ଜୁଲାଇ 12 ତାରିଖରେ କରିଥିଲେ ଏବଂ ଏହାର ଆଗାମୀ ଶୁଣାଣୀ ଜୁଲାଇ ୧୬ରେ ହେବ ବୋଲି କହିଥିଲେ । ଏଥିସହ କଂଗ୍ରେସ ଓ ଜେଡିଏସର ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଏବଂ ତାଙ୍କୁ ଅଯୋଗ୍ୟ ଘୋଷଣା କରିବା ଅଭିଯୋଗ ଉପରେ ସେପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନନେବାକୁ ବିଧାନସଭା ବାଚସ୍ପତି କେ. ଆର. ରମେଶ କୁମାରଙ୍କୁ ନିର୍ଦ୍ଦୋଶ ଦେଇଥିଲେ । ଏହାପରେ ସୋମବାର ଆଉ 5 ଜଣ ବିଧାୟକ ମଧ୍ୟ ବାଚସ୍ପତିଙ୍କ ବିରୋଧରେ କୋର୍ଟରେ ଯାଚିକା ଦେଖଲ କରିଥିଲେ ।

ତେବେ ଏହି ସମସ୍ତ ବିଧାୟକଙ୍କ ଅଭିଯୋଗ ଉପରେ କୋର୍ଟ ଆଜି ଏକାଠି ଶୁଣାଣି କରିବେ ।

For All Latest Updates

ABOUT THE AUTHOR

...view details