ଓଡିଶା

odisha

ETV Bharat / bharat

ରିସର୍ଚ୍ଚ ଭାସେଲ ସିପରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ 16 ବୈଜ୍ଞାନିକ - ship

ମେରାଇନ ବାୟୋଲୋଜି ଓ ଫିସରି ଉପରେ ରିସର୍ଚ୍ଚ ପାଇଁ ବୈଜ୍ଞାନିକ ରିସର୍ଚ୍ଚ ଭାସେଲରେ ଯାତ୍ରା କରୁଥିବା ବେଳେ ଅଗ୍ନିକାଣ୍ଡ। ଅଳ୍ପକେ ବର୍ତ୍ତିଲେ 16 ବୈଜ୍ଞାନିକ ଓ କ୍ରିଉ । କର୍ଣ୍ଣାଟକ କୋଷ୍ଟରେ ଘଟିଥିଲା ଏହି ଅଗ୍ନିକାଣ୍ଡ।

ଫଟୋ ସୌଜନ୍ୟ : ଟ୍ବିଟର@IndiaCoastGuard

By

Published : Mar 16, 2019, 1:08 PM IST

ନୂଆଦିଲ୍ଲୀ: ରିସର୍ଚ୍ଚ ଭାସେଲରେ ଭୟାବହ ଅଗ୍ନିକାଣ୍ଡ । ଅଳ୍ପକେ ବର୍ତ୍ତିଲେ 16 ବୈଜ୍ଞାନିକ ଓ କ୍ରିଉ । ଶୁକ୍ରବାର ବିଳମ୍ବିତ ରାତିରେ କର୍ଣ୍ଣାଟକ କୋଷ୍ଟରେ ଘଟିଥିଲା ଏହି ଅଗ୍ନିକାଣ୍ଡ । ଏହି ଜାହାଜରେ ପ୍ରାୟ 36 ଜଣ ଯାତ୍ରା କରୁଥିଲେ । ଖବର ପାଇ କୋଷ୍ଟ ଗାର୍ଡ ଦୁଇଟି ଜାହାଜ ନିଆଁକୁ ଆୟତ୍ତ କରିବା ପାଇଁ ପଠାଇଥିଲା ।

ସିଜୟ ଏବଂ ବିକ୍ରମ ନାମକ ଦୁଇଟି ଜାହାଜ ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ । କିଛି ସମୟ ଭିତରେ ଏହି ଦୁଇଟି ଜାହାଜ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ବାହାରକୁ ଆଣିଥିଲେ । ନିଆଁ ଲାଗିଥିବା ଜାହାଜର ନାମ ସାଗର ସମ୍ପଦ ବୋଲି ଜଣାପଡିଛି ।

ଜାହାଜରେ 36 ଜଣ ଯାତ୍ରୀଙ୍କ ସହ 16 ଜଣ ବୈଜ୍ଞାନିକ ଥିବା ଇଣ୍ଡିଆନ କୋଷ୍ଟ ଗାର୍ଡ ପକ୍ଷରୁ ଟ୍ବିଟ ମାଧ୍ୟମରେ ସୂଚନା ଦିଆଯାଇଛି । ଟ୍ବିଟରରେ ସଫଳ ଫାୟାର ଫାଇଟର ଅପରେସନର ଫଟୋ ମଧ୍ୟ ସେୟାର କରାଯାଇଛି । ମେରାଇନ ବାୟୋଲୋଜି ଓ ଫିସରି ଉପରେ ରିସର୍ଚ୍ଚ ପାଇଁ ବୈଜ୍ଞାନିକଯାତ୍ରା କରୁଥିବା ସୂଚନା ମିଳିଛି ।

For All Latest Updates

ABOUT THE AUTHOR

...view details