ଓଡିଶା

odisha

କୋରୋନା ଯୁଦ୍ଧ ଜିତିଲେ ୟେଦୁରପ୍ପା, ହସ୍ପିଟାଲରୁ ଡିସଚାର୍ଜ

କୋରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

By

Published : Aug 10, 2020, 6:14 PM IST

Published : Aug 10, 2020, 6:14 PM IST

କୋରୋନା ଯୁଦ୍ଧ ଜିତିଲେ  ୟେଦୁରପ୍ପା, ହସ୍ପିଟାଲରୁ ଡିସଚାର୍ଜ
କୋରୋନା ଯୁଦ୍ଧ ଜିତିଲେ ୟେଦୁରପ୍ପା, ହସ୍ପିଟାଲରୁ ଡିସଚାର୍ଜ

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା କୋରୋନାରୁ ସମ୍ପୁର୍ଣ୍ଣ ରୂପରେ ସୁସ୍ଥ ହୋଇଛନ୍ତି । ଏହାପରେ ସୋମବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯାଇଛି । କୋରୋନାରେ ଆକ୍ରାନ୍ତ ହେବାପରେ ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କୋରୋନା ଯୁଦ୍ଧ ଜିତିଲେ ୟେଦୁରପ୍ପା, ହସ୍ପିଟାଲରୁ ଡିସଚାର୍ଜ

ୟେଦୁରପ୍ପା ଗତ 8 ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ହେବା ପରେ ସୋମବାର ପୁନର୍ବାର ତାଙ୍କର କୋରୋନା ପରୀକ୍ଷା କରାଯାଇଥିଲା । ତେବେ ତାଙ୍କର କୋରୋନା ରିପୋର୍ଟ ନେଗେଟିଭ ଆସିଛି ।

ୟେଦୁରପ୍ପାଙ୍କ ନିକଟରେ କୋରୋନା ଲକ୍ଷଣ ପରିଲକ୍ଷିତ ହେବା ପରେ ତାଙ୍କୁ ବେଙ୍ଗାଲୁରୁର ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରୀକ୍ଷଣ ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ସେ ସେଠାରେ ହିଁ ଚିକିତ୍ସିତ ହେଉଥିଲେ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details