ଓଡିଶା

odisha

ETV Bharat / bharat

କେମିତି ବାଣ୍ଟିବେ ବିଭାଗ ? ଟେନସନରେ ୟେଦିୟୁରପ୍ପା ! - ବିଭାଗ

ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ଏବେ ଟେନସନରେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ ତଥା ପ୍ରଥମ କାମ ହେଉଛି ଦକ୍ଷ ବିଧାୟକଙ୍କ ହାତରେ ମନ୍ତ୍ରୀ ପଦ ସହ ବିଭାଗ ବଣ୍ଟନ କରିବା ।

ଫାଇଲ ଫଟୋ

By

Published : Aug 26, 2019, 7:23 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାଜନୀତି ପାଣିପାଗ ସଦାସର୍ବଦା ସରଗରମ ରହିଛି । ଗତ ମାସ ବହୁ ହଟଚମଟ ପରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାରକୁ ଗାଦିରୁ ହଟାଇ ନିଜେ ବସିଥିଲା ବିଜେପି । ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ବିଜେପିର ବରିଷ୍ଠ ନେତା ବି.ଏସ ୟେଦିୟୁରପ୍ପା । ମାତ୍ର ମୁଖ୍ୟମନ୍ତ୍ରୀ ହେବା ପରେ ବି ରାଜନୈତିକ ସଙ୍କଟ କମୁନି ବରଂ ବଢି ବଢି ଚାଲିଛି ।

ସୂଚନା ଅନୁସାରେ, ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ ଏବେ ଟେନସନରେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ ତଥା ପ୍ରଥମ କାମ ହେଉଛି ଦକ୍ଷ ବିଧାୟକଙ୍କ ହାତରେ ମନ୍ତ୍ରୀ ପଦ ସହ ବିଭାଗ ବଣ୍ଟନ କରିବା । ଏବେ ସେହି ଚିନ୍ତାରେ ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପା । କେଉଁ ମନ୍ତ୍ରୀକୁ କେଉଁ ବିଭାଗ ଦେଲେ ସେମାନେ ସନ୍ତୁଷ୍ଟ ହେବେ ଓ ସରକାର ସଠିକ ଭାବେ ପରିଚାଳିତ ହୋଇପାରିବ ସେନେଇ ୟେଦିୟୁରପ୍ପା ଚିନ୍ତିତ ।

ସୂଚନାଯୋଗ୍ୟ, ଜୁଲାଇ 26ରେ କର୍ଣ୍ଣାଟକରେ ସରକାର ଗଢିଥିଲା ବିଜେପି । ଆଉ ଏହା ପରେ ମନ୍ତ୍ରିମଣ୍ଡଳ ଗଠନରେ ବାଧକ ସାଜିଥିଲା ପ୍ରଳୟଙ୍କରୀ ବନ୍ୟା । ଏହି କାରଣରୁ ମନ୍ତ୍ରିମଣ୍ଡଳ ଗଠନରେ ବିଳମ୍ବତା ଦେଖାଦେଇଥିଲା । ହେଲେ ଶେଷରେ 20 ଅଗଷ୍ଟରେ 17 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ସତ ହେଲେ ଏବେ ସୁଦ୍ଧା ସେମାନଙ୍କୁ ବିଭାଗ ବଣ୍ଟନ କରାଯାଇ ପାରିନାହିଁ ।

କାଳେ ଉଚିତ ଦକ୍ଷ ମନ୍ତ୍ରୀଙ୍କୁ ବିଭାଗ ନମିଳିଲେ ସେମାନେ ବି ଆକ୍ରୋଶ ମୂଳକ ପଦକ୍ଷେପ ନେବେ ତାଙ୍କୁ ନେଇ ଏବେ ଟେନସନରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପା ।

ABOUT THE AUTHOR

...view details