ବେଙ୍ଗାଲୁରୁ: କର୍ଣ୍ଣାଟକର 15 ବିଧାନସଭା ଆସନ ପାଇଁ ଆସନ୍ତାକାଲି ଉପନିର୍ବାଚନ ହେବ । ତେବେ ମତଦାନର 2 ଦିନ ପୂର୍ବରୁ ଅର୍ଥାତ ମଙ୍ଗଳବାର ମଧ୍ୟରାତ୍ରିରେ କଂଗ୍ରେସ ପ୍ରାର୍ଥୀଙ୍କ ଘରେ ଆୟକର ବିଭାଗର ଚଢାଉ ହୋଇଛି । ରାନୀ ବେନ୍ନୁର ଆସନରୁ କଂଗ୍ରେସ ପ୍ରାର୍ଥୀ କେବି କୋଲିୱାଡଙ୍କ ଘରେ ଏହି ଚଢାଉ କରିଛି ଆୟକର ବିଭାଗ।
କର୍ଣ୍ଣାଟକ ଉପନିର୍ବାଚନ: ମତଦାନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ଘରେ ଚଢାଉ - କଂଗ୍ରେସ ପ୍ରାର୍ଥୀଙ୍କ ଘରେ ଚଢାଉ
କର୍ଣ୍ଣାଟକର 15 ବିଧାନସଭା ଆସନ ପାଇଁ ଆସନ୍ତାକାଲି ଉପନିର୍ବାଚନ ହେବ । ମତଦାନର 2 ଦିନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀଙ୍କ ଘରେ ଆୟକର ବିଭାଗର ଚଢାଉ ହୋଇଛି ।
ଫଟୋ ସୌଜନ୍ୟ: ଇଟିଭି ଭାରତ
କୋଲିୱାଡଙ୍କ ଘରେ 10 କୋଟି ଟଙ୍କା ଏବଂ ମଦ ଥିବା ରିଟର୍ଣ୍ଣିଂ ଅଫିସରଙ୍କୁ ଗୁପ୍ତ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଆୟକର ବିଭାଗର ଚଢାଉ ହୋଇଥିଲା । ତେବେ ଏହି ଚଢାଉରେ ଆୟକର ବିଭାଗ ହାତରେ କିଛି ଲାଗି ନଥିଲା । ସେପଟେ ଚଢାଉ ପରେ କୋଲିୱାଡଙ୍କ ସମର୍ଥକ ତାଙ୍କ ଘର ଆଗରେ ପ୍ରଦର୍ଶନ କରିଛନ୍ତି ।