ଓଡିଶା

odisha

କର୍ଣ୍ଣାଟକ ନାଟକ; ବିଧାନସଭା ପରିସରରେ ବିଜେପି ବିଧାୟକଙ୍କ ମର୍ଣ୍ଣିଂୱାକ୍‌

By

Published : Jul 19, 2019, 8:16 AM IST

କର୍ଣ୍ଣାଟକର ବିଧାନସଭା ପାଲଟିଛି ଶୟନ କକ୍ଷ ଏବଂ ଗାର୍ଡେନ । ପ୍ରଦେଶ ବିଜେପି ଅଧ୍ୟକ୍ଷ ବିଏସ୍‌ ୟେଦ୍ଦରୁପା ସମେତ ବିଜେପିର ଅନେକ ବିଧାୟକ ରାତି ତମାମ ବିଧାନସଭାରେ ଶୋଇବା ପରେ ସକାଳୁସକାଳୁ ସେମାନେ ମର୍ଣ୍ଣିଂୱାକ୍‌ କରୁଥିବା ନଜର ଆସିଛନ୍ତି ।

ଫଟୋ ସୌଜନ୍ୟ: ଟ୍ବିଟର@ANI

ବେଙ୍ଗାଲୁରୁ: ଚରମ ସୀମାରେ ପହଞ୍ଚିଛି କର୍ଣ୍ଣାଟକର ରାଜନୈତିକ ନାଟକ । ରାଜ୍ୟ ବିଧାନସଭା ପାଲଟିଛି ଶୟନ କକ୍ଷ ଏବଂ ଗାର୍ଡେନ । ପ୍ରଦେଶ ବିଜେପି ଅଧ୍ୟକ୍ଷ ବିଏସ୍‌ ୟେଦ୍ଦରୁପା ସମେତ ବିଜେପିର ଅନେକ ବିଧାୟକ ରାତି ତମାମ ବିଧାନସଭାରେ ଶୋଇବା ପରେ ସକାଳୁ ସକାଳୁ ସେମାନେ ମର୍ଣ୍ଣିଂୱାକ୍‌ କରୁଥିବା ନଜର ଆସିଛନ୍ତି ।

ଭିଡିଓ ସୌଜନ୍ୟ: ଟ୍ବିଟର@ANI

ସୂଚନା ଯୋଗ୍ୟ ଯେ, ଗୁରୁବାର ରାଜ୍ୟ ବିଧାନସଭାରେ ଆସ୍ଥା ଭୋଟ ହେବା ପୂର୍ବରୁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି କେ. ଆର. ରମେଶ କୁମାର । ଯାହାକୁ ବିରୋଧ କରି ରାତି ତମାମ ବିଧାନସଭାରେ ଧାରଣାରେ ବସିଛନ୍ତି ବିଜେପି ବିଧାୟକ । ବିଜେପିର ଧାରଣା ନିଷ୍ପତ୍ତି ପରେ କର୍ଣ୍ଣାଟକ ସରକାରର ମନ୍ତ୍ରୀ ଏମ.ବି. ପାଟିଲ ଏବଂ ଡିକେ ଶିବକୁମାର ସେମାନଙ୍କୁ ଭେଟି ଧାରଣା ଶେଷ କରିବାକୁ କହିଥିଲେ । କିନ୍ତୁ ବିଜେପି ଧାରଣା ଶେଷ କରିବାର ମୁଡରେ ନଥିଲା । ରାତି ତମାମ ଧାରଣାର ଘୋଷଣା ପରେ ପ୍ରଭୁ ଚୌହାନ ନାମକ ଜଣେ ବିଧାୟକ ବେଡସିଟ୍‌ ଓ ତକିଆ ନେଇ ବିଧାନସଭାରେ ପହଞ୍ଚିଥିଲେ । ତେବେ ୟେଦ୍ଦରୁପା ମଧ୍ୟ ବିଧାନସଭା ଭିତରେ ଶୋଇଥିବା ନଜର ଆସିଥିଲେ ।

ସେପଟେ ରାଜ୍ୟପାଳ ବଜୁ ଭାଇ ବାଲା ରାଜ୍ୟରେ ଚାଲିଥିବା ରାଜନୀତିରେ ହସ୍ତକ୍ଷେପ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କୁ ଚିଠି ଲେଖି ଆଜି(ଶୁକ୍ରବାର) ଅପରାହ୍ଣ ସାଢେ 1ଟା ସୁଦ୍ଧା ଆସ୍ଥା ଭୋଟ କରିବାକୁ କହିଛନ୍ତି ।

ABOUT THE AUTHOR

...view details