ବେଙ୍ଗାଲୁର: କର୍ଣ୍ଣାଟକରେ ଶାସନ କ୍ଷମତାରେ ଥିବା ଜେଡିଏସ-କଂଗ୍ରେସର ମେଣ୍ଟ ସରକାର ଉପରେ ପୁଣିଥରେ ସଙ୍କଟର କଳାବାଦଲ ଦେଖାଦେଇଛି । କର୍ଣ୍ଣାଟକ ସରକାରଙ୍କ ରାଜନୈତିକ ସଙ୍କଟ ଏବେ ଚରମ ସ୍ଥିତିରେ ପହଞ୍ଚିଛି । ଜେଡିଏସ ଓ କଂଗ୍ରେସ ମେଣ୍ଟ ସରକାରର 13 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ସେମାନେ ଶନିବାର ବିଧାନସଭା ପହଞ୍ଚି ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଇସ୍ତଫା ଦେଇଥିବା ଜଣାପଡ଼ିଛି ।
ଇସ୍ତଫା ଦେଲେ କର୍ଣ୍ଣାଟକ ସରକାରଙ୍କ 13 ବିଧାୟକ
କର୍ଣ୍ଣାଟକରେ କ୍ଷମତାସୀନ ଜେଡିଏସ-କଂଗ୍ରେସ ସରକାରର 13 ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ବିଧାୟକଙ୍କ ଇସ୍ତଫା ନେଇ ସ୍ପଷ୍ଟ କଲେ ବାଚସ୍ପତି ।
ଫାଇଲ ଫଟୋ
ତେବେ ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ କଂଗ୍ରେସର 10 ବିଧାୟକ ଥିବା ବେଳେ ଜେଡିଏସର 3 ଜଣ ବିଧାୟକ ଅଛନ୍ତି । ସେମାନେ ହେଲେ ରାମଲିଙ୍ଗ ରେଡ୍ଡୀ, ବିସି ପାଟିଲ, ପ୍ରତାପ ଗୌଡ ପାଟିଲ, ଶିବରାମ ହେବ୍ବର, ମହେଶ କୁମାଥଲ୍ଲୀ, ରମେଶ ଜରକିହୋଲି, ଏସଟି ସୋମାଶେଖର, ବୈରତି ବାସଭରାଜ, ଏଚ୍ ବିଶ୍ବନାଥ, ନାରାୟଣ ଗୌଡ, କେ ଗୋପାଲୈୟା, ମୁନିରାଥନା, ଆନନ୍ଦ ସିଂହ ।
ସେପଟେ ଜୟନଗର କଂଗ୍ରେସ ବିଧାୟକ ସୌମ୍ୟା ରେଡ୍ଡୀ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇଛି । ସେ ହେଉଛନ୍ତି BTM LAYOUT ବିଧାୟକ ରାମଲିଙ୍ଗ ରେଡ୍ଡୀଙ୍କ କନ୍ୟା ।
Last Updated : Jul 6, 2019, 5:35 PM IST