ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟ ଭଙ୍ଗାରୁଜା ମାମଲାରେ ଶୁଣାଣି କରିଛନ୍ତି ବମ୍ବେ ହାଇକୋର୍ଟ । ଅଦାଲତ ବିଏମସିକୁ ଟାର୍ଗେଟ କରି କହିଛନ୍ତି, ଅନେକ ମାମଲାରେ ଆଦେଶ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଯଦି ଏପରି ଭାବରେ ବିଏମସି ସମସ୍ତ ମାମଲାରେ ତତ୍ପରତା ଦେଖାନ୍ତା, ତାହେଲେ ରହିବା ପାଇଁ ମୁମ୍ବାଇ ଆଜି ଏକ ସୁନ୍ଦର ସହରରେ ପରିଣତ ହୋଇସାରନ୍ତାଣି ।
କଙ୍ଗନାଙ୍କ ମାମଲାରେ ବିଏମସିକୁ ବମ୍ବେ ହାଇକୋର୍ଟଙ୍କ ଭତ୍ସନା
ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ମୁମ୍ବାଇ ସ୍ଥିତ କାର୍ଯ୍ୟାଳୟ ଭଙ୍ଗାରୁଜା ମାମଲାରେ ହାଇକୋର୍ଟଙ୍କ ଶୁଣାଣି । ଯଦି ଏପରି ଭାବରେ ବିଏମସି ସମସ୍ତ ମାମଲାରେ ତତ୍ପରତା ଦେଖାନ୍ତା, ତାହେଲେ ରହିବା ପାଇଁ ମୁମ୍ବାଇ ଆଜି ଏକ ସୁନ୍ଦର ସହରରେ ପରିଣତ ହୋଇସାରନ୍ତାଣି ବୋଲି କହିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...
କଙ୍ଗନାଙ୍କ ଓକିଲ ହାଇକୋର୍ଟରେ ଯୁକ୍ତି ଦର୍ଶାଇଥିଲେ ଯେ ବିଏମସିର କାର୍ଯ୍ୟ ସୁପ୍ରିମକୋର୍ଟଙ୍କ ଆଦେଶର ଉଲ୍ଲଂଘନ | ସେ ସମସ୍ତ ଯୁକ୍ତି ଉପସ୍ଥାପନ କରିଛନ୍ତି। ସୁଶାନ୍ତ ସିଂ ରାଜପୁତ ମାମଲାରେ କଙ୍ଗନା ସ୍ବର ଉତ୍ତୋଳନ କରିଛନ୍ତି। ଏହି ସମୟରେ ସେ ମୁମ୍ବାଇକୁ ପିଓକେ ସହିତ ତୁଳନା କରିଥିଲେ। ଶିବସେନା ଓ କଙ୍କନାଙ୍କ ମଧ୍ୟରେ ଜାରି ରହିଛି ବାକ ଯୁଦ୍ଧ ।
ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସମେତ ଅନେକ ନେତା କଙ୍ଗନାଙ୍କୁ ମୁମ୍ବାଇ ନ ଆସିବାକୁ ଚେତାବନୀ ଦେଇଥିଲେ। ତେବେ ୱାଇ ପ୍ଲସ୍ ସୁରକ୍ଷା ପାଇବା ପରେ ସେ ସେପ୍ଟେମ୍ବର 9ରେ ମୁମ୍ବାଇରେ ପହଞ୍ଚିଥିଲେ। ଏହି ଦିନ ବେଆଇନ ନିର୍ମାଣ ଅଭିଯୋଗ ଦର୍ଶାଇ ବିଏମସି ତାଙ୍କ କାର୍ଯ୍ୟାଳୟ ଭାଙ୍ଗାରୁଜା କରିଥିଲା । ଏହି କାର୍ଯ୍ୟାନୁଷ୍ଠାନ ବିରୋଧରେ ଅଭିନେତ୍ରୀ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।