ଓଡିଶା

odisha

ETV Bharat / bharat

କ୍ଷୁଦ୍ର ବ୍ୟବସାୟୀଙ୍କ ଉନ୍ନତିକରଣ ପ୍ରସଙ୍ଗ; ଜବାବ ମାଗିଲେ ଅଚ୍ୟୁତ ସାମନ୍ତ

ଦେଶର ବିଭିନ୍ନ ସ୍ଥାନରେ ଥିବା ଉଠା ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ଉନ୍ନତିକରଣ ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି ସେ ନେଇ ଜବାବ ମାଗିଲେ କନ୍ଧମାଳ ସାଂସଦ ।

achyutananda-samanta
ଫଟୋ ସୌଜନ୍ୟ: ଲୋକସଭା ଟିଭି

By

Published : Nov 28, 2019, 1:36 PM IST

ନୂଆଦିଲ୍ଲୀ: ଲୋକସଭାରେ ଉଠା ଦୋକାନୀଙ୍କ ଉନ୍ନତିକରଣ ପ୍ରସଙ୍ଗ ଉଠାଇଲେ କନ୍ଧମାଳ ସାଂସଦ ଡ଼.ଅଚ୍ୟୁତ ସାମନ୍ତ । ଦେଶର ବିଭିନ୍ନ ସ୍ଥାନରେ ଥିବା ଉଠା ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ଉନ୍ନତିକରଣ ପାଇଁ ସରକାର କି କି ପଦକ୍ଷେପ ନେଇଛନ୍ତି । ସରକାରଙ୍କ ଦ୍ବାରା ସେମାନଙ୍କୁ କ୍ଷୁଦ୍ର ଋଣ, ସେମାନଙ୍କ ସାମାଜିକ ସୁରକ୍ଷା ଓ ସ୍ବାସ୍ଥ୍ୟ ବୀମା ପାଇଁ ସରକାରଙ୍କ ଦ୍ବାରା କି କି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ଗୃହରେ ପ୍ରଶ୍ନ କରିଛନ୍ତି ଅଚ୍ୟୁତ ସାମନ୍ତ ।

ଭିଡିଓ ସୌଜନ୍ୟ: ଲୋକସଭା ଟିଭି

ତେବେ ଏହାର ଜବାବ ଦେଇଛନ୍ତି ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ । ଏହା ରାଜ୍ୟମାନଙ୍କ ସହ ଜଡିତ ପ୍ରସଙ୍ଗ । କ୍ଷୁଦ୍ର ବ୍ୟବସାୟୀଙ୍କ ଉନ୍ନତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ପ୍ରଥମ କାର୍ଯ୍ୟକାଳରେ ମୁଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ଯେଉଁଥିରେ 50 ହଜାରରୁ 10 ଲକ୍ଷ ପର୍ଯ୍ୟନ୍ତ ଋଣ ଯୋଗାଇ ଦେବାର ପ୍ରବାଧାନ ରହିଛି । ଯାହା ଦ୍ବାରା ଦେଶର ଲକ୍ଷ ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଲାଭ ପାଇପାରୁଛନ୍ତି ।

ABOUT THE AUTHOR

...view details