ଓଡିଶା

odisha

ETV Bharat / bharat

40 ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଭଗବାନ, ଜାଣନ୍ତୁ କେଉଁଠି

ତାମିଲନାଡୁର କାଞ୍ଚିପୁରମରେ ରହିଛି ଭଗବାନ ବରଦରାଜା ସ୍ବାମୀ ମନ୍ଦିର । ଯେଉଁ ମନ୍ଦିରରେ ଭଗବାନ ବରଦାର 40 ବର୍ଷ ପରେ ଜଳ ସମାଧିରୁ ବାହାରକୁ ଆସି ଭଗବାନଙ୍କୁ ଦର୍ଶନ ଦେଇଥାନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : Jul 9, 2019, 11:16 PM IST

ଚେନ୍ନାଇ: ପରମ୍ପରାର ଦେଶ ଭାରତ । ଏଠି ବିଭିନ୍ନ ଜାତି, ଧର୍ମ ଓ ସମ୍ପ୍ରଦାୟର ଲୋକ ବସବାସ କରୁଥିବାବେଳେ ସବୁସମୟରେ ବିଭିନ୍ନ ପ୍ରକାରର ପର୍ବପର୍ବଣି ପାଳନ କରାଯାଇଥାଏ । ଭାରତର ଦକ୍ଷିଣରୁ ଆରମ୍ଭ କରି ଉତ୍ତର ପର୍ଯ୍ୟନ୍ତ ଅନେକ ଧାର୍ମିକ ସ୍ଥଳୀ ରହିଛି । ସବୁଠାରୁ ଗୁରତ୍ବପୂର୍ଣ୍ଣ କଥା ହେଉଛି ସବୁ ଧାର୍ମିକ ସ୍ଥଳର କିଛି ଅଲଗା ଅଲଗା କାହାଣୀ ରହିଛି ।

ତେବେ ସେହିଭଳି ଏକ ମନ୍ଦିର ତାମିଲନାଡୁର କାଞ୍ଚିପୁରମରେ ରହିଛି । ସେହି ମନ୍ଦିରଟି ହେଲା ଭଗବାନ ବରଦରାଜା ସ୍ବାମୀ ମନ୍ଦିର । ଏହି ମନ୍ଦିରରେ ଭଗବାନ ଅତି ବରଦାରଙ୍କର ମୂର୍ତ୍ତି ରହିଛି । କିନ୍ତୁ ଏଠି ଭଗବାନ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ 40 ବର୍ଷ ପରେ ଜଳ ସମାଧିରୁ ବାହାରକୁ ଆସିଥାନ୍ତି । ଏହା ସହିତ ତାମିଲନାଡୁର ପ୍ରସିଦ୍ଧ କାଞ୍ଚି ଅତି ବରଦାର ମହୋତ୍ସବ ଆରମ୍ଭ ହୋଇଯାଇଛି ।

ଭଗବାନ ଅତି ବରଦାରଙ୍କୁ ଦର୍ଶନ କରିବା ପାଇଁ ପ୍ରତି 40 ବର୍ଷ ଭିତରେ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ । କେବଳ ରାଜ୍ୟ କି ପାଖ ରାଜ୍ୟ ଗୁଡିକରୁ ନୁହେଁ ବରଂ ଭଗବାନଙ୍କ ଦର୍ଶନ ପାଇଁ ଦେଶ ବିଦେଶରୁ ବହୁ ଭକ୍ତଙ୍କ ସୁଅ ଛୁଟିଥାଏ । ଚଳିତବର୍ଷ ମଧ୍ୟ ସେହି ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ହେବା ନେଇ ଆଶା ରଖିଛି ମନ୍ଦିର ପ୍ରଶାସନ ।

ଏହି ମନ୍ଦିରର ବିଶେଷତ୍ବ ହେଉଛିଯେ, ଏହା 40 ବର୍ଷରେ ଥରେ ଖୋଲିଥାଏ ସତ ହେଲେ, 48 ଦିନ ପର୍ଯ୍ୟନ୍ତ ଭକ୍ତଙ୍କୁ ଦର୍ଶନ ଦେବାର ପରମ୍ପରା ରହିଛି । ଚଳିତ ବର୍ଷ ଜୁନ ମାସ 29 ତାରିଖରେ ଏହି ମନ୍ଦିର ଖୋଲାଯାଇ ଥିବାବେଳେ ଅଗଷ୍ଟ ମାସ 19 ତାରିଖରେ ଭକ୍ତଙ୍କୁ ଶେଷ ଦର୍ଶନ ଦେଇ 20 ତାରିଖକୁ ପୁଣିଥରେ ଉକ୍ତ ପବିତ୍ର ଜଳରେ ଭଗବାନ ଅତି ବରଦାର ସମାଧି ନେବେ । ଆଉ ପୁଣି ଥରେ ଭଗବାନଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ଆସନ୍ତା 40 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ।

For All Latest Updates

ABOUT THE AUTHOR

...view details