ଓଡିଶା

odisha

କୈଳାଶ ମାନସରୋବର: 29ମାର୍ଚ୍ଚରୁ ଯାତ୍ରା ପାଇଁ ଅନଲାଇନ ପଞ୍ଜୀକରଣ ଆରମ୍ଭ

ଇଚ୍ଛୁକ ଯାତ୍ରୀ କୁମାନ୍ ମଣ୍ଡଳ ବିକାଶ ନିଗମର ଓ୍ବେବସାଇଟ www.kmvn.gov.inକୁ ଯାଇକି ଅନଲାଇନ ଆବେଦନ କରିପାରିବେ। ଚଳିତବର୍ଷ ସମ୍ଭବତଃ 12ଜୁନରୁ କୈଳାଶ ମାନସରୋବର ଯାତ୍ରା ଆରମ୍ଭ ହୋଇପାରେ ।

By

Published : Mar 22, 2019, 12:34 PM IST

Published : Mar 22, 2019, 12:34 PM IST

ଫାଇଲ ଫଟୋ

ଡେରାଡୁନ: ବାବା ଭୋଲେନାଥଙ୍କ ଭକ୍ତଙ୍କ ପାଇଁ ଭଲ ଖବର। ବିଶ୍ବ ପ୍ରସିଦ୍ଧ କୈଳାଶ ମାନସରୋବର ଯାତ୍ରା ପାଇଁ ଇଚ୍ଛୁକ ଶ୍ରଦ୍ଧାଳୁ କୁମାନ୍ ମଣ୍ଡଳ ବିକାଶ ନିଗମର ଓ୍ବେବସାଇଟରୁ ଅନଲାଇନ ଆବେଦନ କରି ପାରିବେ। ଅନଲାଇନ ଆବେଦନ ପ୍ରକ୍ରିୟା ଆଗାମୀ 29ମାର୍ଚ୍ଚରୁ ଆରମ୍ଭ ହେବ ।


ସୂଚନାଥାଉକି, ଚଳିତବର୍ଷ ସମ୍ଭବତଃ 12ଜୁନରୁ କୈଳାଶ ମାନସରୋବର ଯାତ୍ରା ଆରମ୍ଭ ହୋଇପାରେ ।


ଏନେଇ ଇଚ୍ଛୁକ ଯାତ୍ରୀwww.kmvn.gov.in ସାଇଟକୁ ଯାଇକି ଆବେଦେନ କରି ପାରିବେ । ଏହା ବ୍ୟତୀତ 2ଜଣ ସଦସ୍ୟ ଗୋଟିଏ ଦଳରେ ଯିବାକୁ ଇଚ୍ଛୁକ ତେବେ ଗୋଟିଏ ଆବେଦନ ପତ୍ରରୁ ହିଁ ଆବେଦେନ କରନ୍ତୁ।


ପ୍ରତ୍ୟେକ ବର୍ଷ ଉତ୍ତରାଖଣ୍ଡ, ଦିଲ୍ଲୀ ଓ ସିକ୍କିମ ରାଜ୍ୟର ସରକାର ଏବଂ ଭାରତ ତିବ୍ଦତ ସୀମା ପୋଲିସଙ୍କ ସହଯୋଗରେ ଏହି ଯାତ୍ରା ଆୟୋଜିତ କରାଯାଇଥାଏ । ଆବେଦେନକାରୀ ଶ୍ରଦ୍ଧାଳୁଙ୍କ ପ୍ରଥମେ ସ୍ବାସ୍ଥ୍ୟ ପରୀକ୍ଷା ଦିଲ୍ଲୀ ହାର୍ଟ ଓ ଲଙ୍ଗ ଇଂଷ୍ଟିଚ୍ୟୁଟ(ଡିଏଚ୍ଏଲ୍ଆଇ) ପକ୍ଷରୁକରାଯାଇଥାଏ । ସ୍ବାସ୍ଥ୍ୟ ଯାଞ୍ଚରେ ଉର୍ତ୍ତୀଣ୍ଣ ଯାତ୍ରୀ ହିଁ ମାନସରୋବର ଯାତ୍ରା କରି ପାରିଥାନ୍ତି ।

ABOUT THE AUTHOR

...view details