ଓଡିଶା

odisha

ETV Bharat / bharat

'ବାପାଙ୍କୁ ବୁଷ୍ଟ୍ ଦେଇଛି କଂଗ୍ରେସ'

ଆଜି ତିହାର ଜେଲରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ବରିଷ୍ଠ ନେତା ମନମୋହନ ସିଂ । ବାପାଙ୍କୁ ଏହି 2 ହେଭିୱେଟ ନେତା ଭେଟିବା ପରେ ପୁଅ କାର୍ତ୍ତି ଚିଦାମ୍ବରମ ନିଜର ପ୍ରତିକ୍ରିୟା ଗଣମାଧ୍ୟମରେ ରଖିଛନ୍ତି।

ଫାଇଲ ଫଟୋ

By

Published : Sep 23, 2019, 1:14 PM IST

ନୂଆଦିଲ୍ଲୀ: କଂଗ୍ରେସକୁ ଏବେ ଚିନ୍ତା ଘାରିଛି ବରିଷ୍ଠ ନେତାଙ୍କ ଗିରଫଦାରୀ । ତେବେ ଆଜି ତିହାର ଜେଲରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଭେଟିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ତିହାର ଜେଲରେ ପହଞ୍ଚି ସେ ଚିଦାମ୍ବରମଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି।

ସେପଟେ ବାପାଙ୍କୁ ଏହି 2 ହେଭିୱେଟ ନେତା ଭେଟିବା ପରେ ପୁଅ କାର୍ତ୍ତି ଚିଦାମ୍ବରମ ନିଜର ପ୍ରତିକ୍ରିୟା ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି । କାର୍ତ୍ତି କହିଛନ୍ତି, ମୋ ବାପା ଓ ମୋ ପରିବାର ସବୁବେଳେ କଂଗ୍ରେସ ପ୍ରତି କୃତଜ୍ଞ ହୋଇ ରହିବ । କାରଣ ଏଭଳି ପ୍ରତିକୂଳ ପରିସ୍ଥିତିରେ ମୋ ବାପାଙ୍କ ସହ ଛିଡା ହୋଇଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ଦଳର ବରିଷ୍ଠ ନେତା ମନମୋହନ ସିଂ।

କେବଳ ଏତିକି ନୁହେଁ ଏହି କାରଣରୁ ଏମିତି ଏକ ଘଡିସନ୍ଧି ମୂହୁର୍ତ୍ତରେ ଏତେବଡ ସହଯୋଗ ସର୍ବଦା ମନେ ରହିବ ବୋଲି ସେ କହିଛନ୍ତି । ଏହି ସମସ୍ୟାକୁ ସାମ୍ନା କରିବାକୁ ଏହି ସାକ୍ଷାତ ଏକ ବଡ ବୁଷ୍ଟ ବୋଲି ସେ କହିଛନ୍ତି । ସେପଟେ ଏହି କାର୍ଯ୍ୟାନୁଷ୍ଠାନକୁ କାର୍ତ୍ତି ପୁଣିଥରେ ରାଜନୈତିକ ଲଢେଇର ନାଁ ଦେଇଛନ୍ତି।

ସୂଚନାଯୋଗ୍ୟ, ଆଇଏନଏକ୍ସ ମିଡିଆ ମାମଲାରେ ଅଗଷ୍ଟ 21 ତାରିଖରେ ଚିଦାମ୍ବରମକୁ ଗିରଫ କରାଯିବା ପରେ ସେ ଏବେ ତିହାର ଜେଲରେ ଅଛନ୍ତି ।

ABOUT THE AUTHOR

...view details