ଓଡିଶା

odisha

ETV Bharat / bharat

କମଲନାଥଙ୍କୁ ପୁଣି ସିନ୍ଧିଆଙ୍କ ଆନ୍ଦୋଳନ ଧମକ

କମଲନାଥ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ପୁଣିଥରେ ଧମକ ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ । କଂଗ୍ରେସ ଯେଉଁ ପ୍ରସଙ୍ଗ ନିଜ ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିଲା, ତାକୁ ପୂରଣ ନକଲେ ରାଜରାସ୍ତାକୁ ଓହ୍ଲାଇବି ବୋଲି ସେ କହିଛନ୍ତି ।

jyotiraditya-scindia
ଜ୍ୟୋତିରାଦିତ୍ୟ ସିନ୍ଧିଆ

By

Published : Feb 17, 2020, 2:42 PM IST

Updated : Feb 17, 2020, 2:47 PM IST

ଭୋପାଳ: ମଧ୍ୟପ୍ରଦେଶର କମଲନାଥ ସରକାର ଏବଂ କଂଗ୍ରେସର ବରିଷ୍ଠ ନେତା ତଥା ଏଆଇସିସି ସାଧାରଣ ସଂପାଦକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ଜାରି ବିବାଦ ଥମିବାର ନାଁ ନେଉନାହିଁ । କମଲନାଥ ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇବାକୁ ପୁଣିଥରେ ଧମକ ଦେଇଛନ୍ତି ସିନ୍ଧିଆ । କଂଗ୍ରେସ ଯେଉଁ ପ୍ରସଙ୍ଗ ନିଜ ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିଲା, ତାକୁ ପୂରଣ ନକଲେ ରାଜରାସ୍ତାକୁ ଓହ୍ଲାଇବି ବୋଲି ସେ କହିଛନ୍ତି ।

ଗ୍ବାଲିୟରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସିନ୍ଧିଆ କହିଛନ୍ତି, ମୁଁ ଜନସାଧାରଣଙ୍କ ସେବକ । ସେମାନଙ୍କ ପାଇଁ ଲଢିବା ମୋର ଧର୍ମ । ଯେଉଁ ପ୍ରସଙ୍ଗକୁ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାରରେ ସାମିଲ କରିଥିଲା, ତାକୁ ପୂରଣ କରିବାକୁ ହେବ । ଏଭଳି ନହେଲେ ଆମରୁ ରାଜରାସ୍ଥାକୁ ଓହ୍ଲାଇବାକୁ ପଡିବ ବୋଲି ସେ କହିଛନ୍ତି ।

ଏହା ପୂର୍ବରୁ ଚାଷୀଙ୍କ ଋଣଛାଡ ଏବଂ ଠିକା ଶିକ୍ଷକଙ୍କୁ ସ୍ଥାୟୀ କରିବା ନେଇ ସିନ୍ଧିଆ ଏବଂ କମଲନାଥ ମୁହାଁମୁହିଁ ହୋଇଥିଲେ । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ଠିକା ଶିକ୍ଷକମାନଙ୍କ ଦାବି ପୂରଣ କରା ନଗଲେ ସେ ବି ସେମାନଙ୍କ ସହ ରାସ୍ତାକୁ ଓହ୍ଲାଇବେ ବୋଲି ଜ୍ୟୋତିରାଦିତ୍ୟ ସିନ୍ଧିଆ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଥିଲେ ।

Last Updated : Feb 17, 2020, 2:47 PM IST

ABOUT THE AUTHOR

...view details