ଓଡିଶା

odisha

ETV Bharat / bharat

ଭି. ରାମସୁବ୍ରମଣ୍ୟନ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି - takes

ଜଷ୍ଟିସ ଭି. ରାମସୁବ୍ରମଣ୍ୟନ ହେଲେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି । ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ କରାଇଲେ ଶପଥପାଠ ।

ଫାଇଲ ଫଟୋ

By

Published : Jun 22, 2019, 2:44 PM IST

ନୂଆଦିଲ୍ଲୀ: ଜଷ୍ଟିସ ଭି. ରାମସୁବ୍ରମଣ୍ୟନ ହେଲେ ହିମାଚଳ ପ୍ରଦେଶର ହାଇକୋର୍ଟର ମୁଖ୍ୟ ବିଚାରପତି । ରାମସୁବ୍ରମଣ୍ୟନଙ୍କୁ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ଆଜି ଶପଥପାଠ କରାଇଛନ୍ତି । ଖବର ଅନୁଯାୟୀ, ପୂର୍ବରୁ ହାଇକୋର୍ଟର ମୁଖ୍ୟ ବିଚାରପତି ଦାୟିତ୍ବରେ ଥିବା ସିଜେ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ପଦବୀ ଖାଲି ପଡିବାରୁ ତାଙ୍କ ସ୍ଥାନରେ ଭି ରାମସୁବ୍ରମଣ୍ୟନଙ୍କୁ ନିଯୁକ୍ତ କରାଯାଇଛି ।

ତେବେ ରାମସୁବ୍ରମଣ୍ୟନ ପ୍ରଥମେ ମାଡ୍ରାସ ହାଇକୋର୍ଟର ବିଚାରପତି ଏହାପରେ ତାଙ୍କୁ ତେଲେଙ୍ଗାନା ହାଇକୋର୍ଟକୁ ସ୍ଥାନନ୍ତରିତ କରାଯାଇଥିଲା । ହେଲେ ମେ 10 ତାରିଖରେ ମିଳିତ ଖଣ୍ଡପୀଠ ଉଚ୍ଚନ୍ୟାୟଳରେ ନିଯୁକ୍ତି ପାଇଁ ତାଙ୍କ ନାମକୁ ସୁପାରିସ କରିଥିଲା ।

ABOUT THE AUTHOR

...view details