ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଶୁଣାଣି ବେଳେ ଅଚେତ ହୋଇପଡିଲେ ଜଷ୍ଟିସ ଆର ଭାନୁମତି । ନିର୍ଭୟା ଦୋଷୀଙ୍କୁ ପୃଥକ ଫାଶୀ ଦେବାର କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା । ଏହି ସମୟରେ ସେ ହଠାତ ଅଚେତ ହୋଇପଡିଥିଲେ । ଫଳରେ ସୁପ୍ରିମକୋର୍ଟଙ୍କୁ ଶୁଣାଣି ସ୍ଥଗିତ ରଖିବାକୁ ପଡିଥିଲା । ଏହି ମାମଲାର ରାୟ ପରେ ଜାରି କରାଯିବ ବୋଲି କୋର୍ଟ କହିଛନ୍ତି ।
ନିର୍ଭୟା ମାମଲା: ଶୁଣାଣି ବେଳେ ଅଚେତ ହୋଇପଡିଲେ ବିଚାରପତି
ନିର୍ଭୟା ଦୋଷୀଙ୍କୁ ପୃଥକ ଫାଶୀ ଦେବାର କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁକ୍ରବାର ଶୁଣାଣି ଚାଲିଥିବା ବେଳେ ଅଚେତ ହୋଇପଡିଲେ ଜଷ୍ଟିସ ଆର ଭାନୁମତି । ଅଧିକ ପଢନ୍ତୁ...
ସୁପ୍ରିମକୋର୍ଟ
ଏ ଘଟଣା ପରେ ଜଷ୍ଟିସ ଭାନୁମତିଙ୍କୁ ତୁରନ୍ତ ତାଙ୍କ ଚାମ୍ବରକୁ ନିଆଯାଇଛି । ସେଠାରେ ତାଙ୍କର ସ୍ବାସ୍ଥ୍ୟପରୀକ୍ଷା ହେଉଥିବା ଜଣାପଡିଛି । ଏନେଇ ସଲିସିଟର ଜେନେରାଲ ତୁଷାର ମେହତା କହିଛନ୍ତି, ଜଷ୍ଟିସ ଭାନୁମତି ମାମଲାର ଶୁଣାଣି କରୁଥିବା ବେଳେ ତାଙ୍କୁ ପ୍ରବଳ ଜ୍ବର ଥିଲା । ଏବେ ମଧ୍ୟ ତାଙ୍କ ଦେହରେ ଜ୍ବର ରହିଛି । ପ୍ରବଳ ଜ୍ବର ଯୋଗୁଁ ସେ ଅଚେତ ହୋଇପଡିଥିଲେ । ବର୍ତ୍ତମାନ ସେ ଡାକ୍ତରଙ୍କ ନିରୀକ୍ଷଣରେ ଥିବା ସେ କହିଛନ୍ତି।