ଓଡିଶା

odisha

By

Published : Sep 15, 2020, 10:19 AM IST

Updated : Sep 16, 2020, 9:00 AM IST

ETV Bharat / bharat

ସଂସଦରେ ଜୟାଙ୍କ ଯୁକ୍ତି, କିଛି କଳାକାରଙ୍କ ପାଇଁ ବଲିଉଡକୁ ବଦନାମ କରିବା ଠିକ୍‌ ନୁହେଁ

ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବଲିଉଡକୁ ନେଇ ନିଜର ମତ ରଖିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କିଛି କଳାକାରଙ୍କ ପାଇଁ ବଲିଉଡକୁ ବଦନାମ କରାଯାଉଥିବା ସେ କହିଛନ୍ତି ।

ସାଂସଦ ଜୟା ବଚ୍ଚନ
ସାଂସଦ ଜୟା ବଚ୍ଚନ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ରାଜ୍ୟସଭାରେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ ବଲିଉଡକୁ ନେଇ ନିଜର ମତ ରଖିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ କିଛି କଳାକାରଙ୍କ ପାଇଁ ବଲିଉଡକୁ ବଦନାମ କରାଯାଉଥିବା ସେ କହିଛନ୍ତି । କିଛି କଳାକାରଙ୍କ ପାଇଁ ସମୁଦାୟ ଶିଳ୍ପକୁ ବଦନାମ କରିବା ଠିକ୍‌ ନୁହେଁ ବୋଲି ଜୟା ଦର୍ଶାଇଛନ୍ତି ।

ସାଂସଦ ଜୟା ବଚ୍ଚନ

ଏହାସହ ସରକାର ଏଥିପ୍ରତି ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି । ସାମାଜିକ ଗଣମାଧ୍ୟମରେ ମନୋରଞ୍ଜନ ଶିଳ୍ପକୁ ବଦନାମ କରାଯାଉଥିବା ଜୟା ଦର୍ଶାଇଛନ୍ତି । ଯେଉଁଲୋକମାନେ ଏଥିରୁ ନାମ କମାଇଛନ୍ତି, ଏବେ ଏହାକୁ ଅଳିଆ ଗଦା କହୁଛନ୍ତି, ଯାହା ସହିତ ମୁଁ ସହମତି ନୁହେଁ ବୋଲି ଜୟା କହିଛନ୍ତି ।

ସେହିପରି ସରକାର ଏମାନଙ୍କୁ ଏପରି ଶବ୍ଦ ବ୍ୟବହାର ନକରିବାକୁ କୁହନ୍ତୁ ବୋଲି ସେ କହିଛନ୍ତି । ଏହାସହ ମନୋରଞ୍ଜନ ଶିଳ୍ପର ଅନେକ କଳାକାର ଦେଶର ବିଭିନ୍ନ ବିପତ୍ତି ସମୟରେ ଠିଆ ହୋଇଛନ୍ତି । ଏପରିକି ଅଧିକ ଟ୍ୟାକ୍ସ ମଧ୍ୟ ଦେଉଛନ୍ତି । ଦେଶ ବିଦେଶରେ ନାମ କମାଉଛନ୍ତି । ତେଣୁ ଏପରି ବଦନାମ କରିବା ଉଚିତ୍‌ ନୁହେଁ ବୋଲି ସେ ଦର୍ଶାଇଛନ୍ତି ।

ଅନ୍ୟପଟେ ଗତକାଲି ଲୋକସଭା ସାଂସଦ ରବି କିଶାନ ବଲିଉଡରେ ଡ୍ରଗ୍ସ ଲିଙ୍କ ଥିବା କଥା ଉଠାଇଥିବାରୁ ଏହାକୁ ଜୟା ବିରୋଧ କରିବା ସହ ତାଙ୍କ ନାଁ ନନେଇ ଲୋକମାନେ ଯେଉଁ ଥାଳିରେ ଖାଆନ୍ତି, ସେହି ଥାଳିରେ କଣା କରନ୍ତି ବୋଲି କହିଛନ୍ତି ।

Last Updated : Sep 16, 2020, 9:00 AM IST

ABOUT THE AUTHOR

...view details