ଓଡିଶା

odisha

ETV Bharat / bharat

ବାବ୍ରୀ ମସଜିଦ ଧ୍ବଂସ ମାମଲା: 30 ସେପ୍ଚେମ୍ବରରେ ପ୍ରକାଶ ପାଇବ କୋର୍ଟଙ୍କ ରାୟ

ବାବ୍ରୀ ମସଜିଦ ଧ୍ବଂସ ମାମଲାରେ ସେପ୍ଟେମ୍ବର 30ରେ ରାୟ ପ୍ରକାଶ କରିବେ ସ୍ବତନ୍ତ୍ର ସିବିଆଇ କୋର୍ଟ । ସମସ୍ତ ପକ୍ଷଙ୍କୁ ବିଚାର ଦିନ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଏସ.କେ ଯାଦବ । ଅଧିକ ପଢନ୍ତୁ...

ବାବରି ମସଜିଦ ଧ୍ବଂସ ମାମଲା: 30 ସେପ୍ଚେମ୍ବରରେ ପ୍ରକାଶ ପାଇବ କୋର୍ଟଙ୍କ ରାୟ
ବାବରି ମସଜିଦ ଧ୍ବଂସ ମାମଲା: 30 ସେପ୍ଚେମ୍ବରରେ ପ୍ରକାଶ ପାଇବ କୋର୍ଟଙ୍କ ରାୟ

By

Published : Sep 16, 2020, 5:01 PM IST

ଲକ୍ଷ୍ନୌ: ବାବ୍ରୀ ମସଜିଦ ଧ୍ବଂସ ମାମଲାରେ ସେପ୍ଟେମ୍ବର 30ରେ ରାୟ ପ୍ରକାଶ କରିବେ ସ୍ବତନ୍ତ୍ର ସିବିଆଇ କୋର୍ଟ । ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉତ୍ତରପ୍ରଦେଶର ପୂର୍ବତନ ମଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବଂ ଉମା ଭାରତୀଙ୍କ ସମେତ ସମସ୍ତ ପକ୍ଷଙ୍କୁ ବିଚାର ଦିନ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି ଏସ.କେ ଯାଦବ ।

ସିବିଆଇର ଆଇନଜୀବୀ ଲଳିତ ସିଂ କହିଛନ୍ତି ଯେ ଏହି ମାମଲାରେ ସେପ୍ଟେମ୍ବର 2ରେ ଉଭୟ ପକ୍ଷର ଯୁକ୍ତ କୋର୍ଟ ଆଗରେ ରଖାସରିଛି । ପରେ ସ୍ବତନ୍ତ୍ର ସିବିଆଇ କୋର୍ଟ ବିଚାରପତି ଏହାର ରାୟ ଲେଖିବା ଆରମ୍ଭ କରିଥିଲେ। ସିବିଆଇ ଏହି ମାମଲାରେ 351 ସାକ୍ଷୀ ଏବଂ 600 ଡକ୍ୟୁମେଣ୍ଟାରୀ ପ୍ରମାଣ କୋର୍ଟରେ ଉପସ୍ଥାପନ କରିଛି ।

1992 ଡିସେମ୍ବର 6ରେ ବାବ୍ରୀ ମସଜିଦର ବିବାଦିତ ଢାଞ୍ଚା ଧ୍ବଂସ ମାମଲାରେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂ ଏବଂ ଉମା ଭାରତୀଙ୍କ ସମେତ 32 ଅଭିଯୁକ୍ତ ସାମିଲ ଅଛନ୍ତି ।

ଏହାପୂର୍ବରୁ ଶୁଣାଣି ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ଭିଡିଓ କନଫରେନ୍ସ ଜରିଆରେ ହାଜର କରାଯାଇଥିଲା । ବାବ୍ରୀ ମସଜିଦ ଧ୍ବଂସ ମାମଲାରେ କୋର୍ଟଙ୍କର ଏହି ନିଷ୍ପତ୍ତି 28 ବର୍ଷ ପରେ ଆସୁଛି । ସୁପ୍ରିମକୋର୍ଟ ଏହା ସହ ଜଡିତ ସମସ୍ତ ମାମଲାକୁ ସେପ୍ଟେମ୍ବର 30 ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସ୍ବତନ୍ତ୍ର ଅଦାଲତର ସମ୍ପୂର୍ଣ୍ଣ ପ୍ରୟାସ ହେଉଛି ଯେ ଏହି ମାମଲାର ରାୟ ଉକ୍ତ ସମୟସୀମା ମଧ୍ୟରେ ପ୍ରକାଶ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details