ଓଡିଶା

odisha

ହିନ୍ଦୀ ଦିବସ-2020: ହିନ୍ଦୁସ୍ଥାନୀ ଭାଷାରୁ ଜାତୀୟ ଭାଷାର ଯାତ୍ରା

ପ୍ରଥମେ 1925 କରାଚି ଅଧିବେଶନରେ ହିନ୍ଦୁସ୍ଥାନୀ ଭାଷାକୁ ଜାତୀୟ ଭାଷା କରିବା ପାଇଁ ଘୋଷଣା କରାଯାଇଥିଲା । ହିନ୍ଦୁସ୍ଥାନୀ ଭାଷା ଅର୍ଥାତ ଉଭୟ ହିନ୍ଦୁ ଓ ଉର୍ଦ୍ଦୁ । ଭାରତରେ ହିନ୍ଦୀ ସରକାରୀ ଭାଷା ଭାବରେ 14 ସେପ୍ଟେମ୍ବର 1949 ରେ ତାଲିକା ଭୁକ୍ତ ହୋଇଥିଲା ।

By

Published : Sep 14, 2020, 9:00 AM IST

Published : Sep 14, 2020, 9:00 AM IST

ହିନ୍ଦୀ ଦିବସ-2020
ହିନ୍ଦୀ ଦିବସ-2020

ହାଇଦ୍ରାବାଦ: ପ୍ରଥମେ 1925 କରାଚି ଅଧିବେଶନରେ ହିନ୍ଦୁସ୍ଥାନୀ ଭାଷାକୁ ଜାତୀୟ ଭାଷା କରିବା ପାଇଁ ଘୋଷଣା କରାଯାଇଥିଲା । ହିନ୍ଦୁସ୍ଥାନୀ ଭାଷା ଅର୍ଥାତ ଉଭୟ ହିନ୍ଦୁ ଓ ଉର୍ଦ୍ଦୁ । ଭାରତରେ ହିନ୍ଦୀ ସରକାରୀ ଭାଷା ଭାବରେ 14 ସେପ୍ଟେମ୍ବର 1949 ରେ ତାଲିକା ଭୁକ୍ତ ହୋଇଥିଲା । ଏହାପରଠାରୁ ହିନ୍ଦୀ ଦିବସ ଭାବରେ ସ୍ମରଣୀୟ ହୋଇଆସୁଛି। କେନ୍ଦ୍ର ସରକାରଙ୍କ ପାଇଁ ହିନ୍ଦୀ ଓ ଇଂରାଜୀ ହେଉଛି ଭାରତର ଦୁଇଟି ସରକାରୀ ଭାଷା । ଅନ୍ୟପକ୍ଷେ ସମ୍ବିଧାନ ସମୁଦାୟ 22 ଟି ଭାଷାକୁ ସ୍ୱୀକୃତି ଦେଇଛି। 1947 ମସିହାରେ ଭାରତୀୟ ସ୍ବାଧୀନତା ପରଠାରୁ କେନ୍ଦ୍ର ସରକାର ହିନ୍ଦୀକୁ ବହୁଳ ଭାବରେ ବ୍ୟବହୃତ ଭାଷା ଭାବରେ ମାନ୍ୟତା ଦେବା ପାଇଁ ଉଦ୍ୟମ କରିଥିଲେ । ପରେ ଲୋକଙ୍କ ମଧ୍ୟରେ ହିନ୍ଦୀ ସିନେମାର ମଧ୍ୟ ଲୋକପ୍ରିୟତା ବୃଦ୍ଧି ପାଇଲା ।

ଇତିହାସ-

1925 କରାଚି ଅଧିବେଶନ ପରେ ହିନ୍ଦୀ ସାହିତ୍ୟ ସମ୍ମିଳନୀର ପ୍ରଭାବ ପରେ ଏହାକୁ ପରିବର୍ତ୍ତନ କରାଯାଇ ହିନ୍ଦୀକୁ ଜାତୀୟ ଭାଷା କରିଦିଆଗଲା । ଏଥିପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା । ଏହି ସଂକଳ୍ପ ମୁସଲମାନ ସମେତ କଂଗ୍ରେସର ଅନେକ ସଦସ୍ୟଙ୍କୁ ନିରାଶ କରିଥିଲା ଓ ସାମ୍ପ୍ରଦାୟିକ କଳହକୁ ବଢାଇଦେଇଥିଲା । ଅନ୍ୟପକ୍ଷେ, 1906 ମସିହାରେ ଗଠିତ ହୋଇଥିବା ମୁସଲିମ୍ ଲିଗ୍ ଉର୍ଦ୍ଦୁକୁ ମୁସଲିମ୍ ପରିଚୟର ପ୍ରତୀକ ଭାବରେ ସମର୍ଥନ କରିଥିଲେ । 1946 ମସିହାରେ ଭାରତର ବିଭାଜନ ପରେ ପାକିସ୍ତାନରେ ଉର୍ଦ୍ଦୁ ମୁସଲିମଙ୍କ ପରିଚୟ ହୋଇଗଲା ।

ହିନ୍ଦୀ ସମର୍ଥକ ତଥା ହିନ୍ଦୁସ୍ତାନୀ ଗୋଷ୍ଠୀ ଶେଷରେ ଜବାହରଲାଲ ନେହେରୁ ଓ ମହାତ୍ମା ଗାନ୍ଧୀଙ୍କୁ 2ଟି ଭାଷା ମଧ୍ୟରୁ ଗୋଟିଏକୁ ଏକମାତ୍ର ଜାତୀୟ ଭାଷା ଭାବରେ ଗ୍ରହଣ କରିବାକୁ ଯୁକ୍ତି ବାଢିଥିଲେ । ଅନ୍ୟପକ୍ଷେ ହିନ୍ଦୀ ବିରୋଧୀ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ ଓ ସରକାରୀ ଭାଷା ଭାବରେ ଇଂରାଜୀକୁ ବଜାୟ ରଖିବାକୁ ପସନ୍ଦ କରିଥିଲେ। 1949 ମସିହାରେ ଭାରତୀୟ ସମ୍ବିଧାନ କମିଟି ଏକ ସମସ୍ୟାର ସମାଧାନ କରିଥିଲେ । ଏହି କମିଟି ମୁନ୍ସି-ଆୟାଙ୍ଗର ଭାବରେ ଜଣାଶୁଣା । ପରେ ଏହି କମିଟି ଦେବନାଗରୀ ଲିପିରେ ଥିବା ହିନ୍ଦୀକୁ ବିବେଚନା କରିଥିଲେ । କିଛି ସର୍ତ୍ତାବଳୀ ସହ ଏହାକୁ ଅନୁମତି ଦେଇଥିଲେ । କିନ୍ତୁ ସରକାରୀ ବ୍ୟବହାର ପାଇଁ ଇଂରାଜୀ ଭାଷାକୁ ମହତ୍ତ୍ବ ଦିଆଗଲା । ଜାନୁଆରୀ 26, 1965 ପରେ ସମ୍ବିଧାନ ପ୍ରଭାବକୁ ଆସିବା ପରେ ହିନ୍ଦୀକୁ ସରକାରୀ ଭାଷା ଭାବରେ ବିବେଚନା କରାଗଲା ।

ପ୍ରାରମ୍ଭରେ ହୋଇଥିବା ବିବାଦ-

ବାଲକ୍ରିଷ୍ଣା ଶର୍ମା ଏବଂ ପୁରୁଷୋତ୍ତମ ଦାସ ଟଣ୍ଡନଙ୍କ ପରି ରାଜନେତାଙ୍କ ହିନ୍ଦୀ ସମର୍ଥନ ସରକାରୀ ଭାଷା ଭାବରେ ଇଂରାଜୀ ଗ୍ରହଣକୁ ତ୍ବରାନ୍ବିତ କଲା ଓ ଏକମାତ୍ର ଜାତୀୟ ଭାଷା ଭାବରେ ହିନ୍ଦୀକୁ ବିବେଚନା କଲା । ସେମାନେ ଏହି ପ୍ରୟାସ ପାଇଁ ଅନେକ ସଂଶୋଧନ କରିଥିଲେ କିନ୍ତୁ ତାହା କେବେହେଲେ ହୋଇପାରିଲା ନାହିଁ କାରଣ ଅର୍ଦ୍ଧେକ ଭାରତୀୟଙ୍କ ପାଇଁ ହିନ୍ଦୀ ଭାଷା ଗ୍ରହଣୀୟ ନୁହେଁ । ବିଶେଷ କରି ଦେଶର ଦକ୍ଷିଣ ଓ ପୂର୍ବ ଅଞ୍ଚଳରେ। ହିନ୍ଦୀ ପ୍ରଭାବଶାଳୀ ହେବା ପରେ ତାମିଲନାଡୁ 1965 ରେ ହିନ୍ଦୀ ବିରୁଦ୍ଧରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରିଥିଲା।

ଫଳସ୍ବରୂପ, ଭାରତର ସମ୍ବିଧାନ କାର୍ଯ୍ୟକାରୀ ହେବାର 15 ବର୍ଷ ପରେ କଂଗ୍ରେସ ୱାର୍କିଂ କମିଟି ଏକ ସଂକଳ୍ପରେ ରାଜି ହେଲା ଯେଉଁଥିରେ କୁହାଯାଇଛି ଯେ ସମସ୍ତ ରାଜ୍ୟ ଏଥିରେ ସହମତ ନ ହେଲେ ମଧ୍ୟ ଇଂରାଜୀ ଭାଷା ବି ସରକାରୀ ଭାଷା ଭାବରେ ରହିବ। ଶେଷରେ 1967 ର ଅଫିସିଆଲ୍ ଲାଙ୍ଗୁଏଜ୍ ଆକ୍ଟ ମାଧ୍ୟମରେ ସରକାର ଦ୍ବିଭାଷୀ ନୀତି ଗ୍ରହଣ କଲେ ଯାହା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଭାରତୀୟ ଗଣତନ୍ତ୍ରରେ ଇଂରାଜୀ ଓ ହିନ୍ଦୀ ଭାଷାକୁ ସରକାରୀ ଭାଷା ଭାବରେ ବ୍ୟବହାର କରିବାକୁ ନିଶ୍ଚିତ କରାଗଲା।

1971 ପରେ ଭାରତର ଭାଷା ନୀତି ଭାରତର ସମ୍ବିଧାନର ଅଷ୍ଟମ ସୂଚୀରେ ତାଲିକାଭୁକ୍ତ କରି ଆଞ୍ଚଳିକ ଭାଷାକୁ ପ୍ରୋତ୍ସାହିତ କରିବା ଉପରେ ଧ୍ୟାନ ଦେଇଥିଲା । ଏହାର ଅର୍ଥ ହେଉଛି ତାଲିକା ଭୁକ୍ତ ସମସ୍ତ ଭାଷା ଗୁଡିକ ସରକାରୀ ଭାଷା ଆୟୋଗରେ ପ୍ରତିନିଧିତ୍ବ କରିବାର ଅଧିକାର ପାଇବେ। ଏହି ପଦକ୍ଷେପଟି ବହୁଭାଷୀ ଜନତାଙ୍କ ଭାଷାଭିତ୍ତିକ ଅସନ୍ତୋଷକୁ ରୋକିବା ପାଇଁ ଉଦ୍ଦିଷ୍ଟ ଥିଲା । ସ୍ବାଧୀନତା ସମୟରେ ଏହି ତାଲିକା 14 ଥିଲା ମାତ୍ର 2007 ରେ 22 କୁ ବୃଦ୍ଧି ପାଇଛି।

ମୋଦି ସରକାରଙ୍କ ସମୟରେ ହିନ୍ଦୀ ଭାଷା-

ସରକାରଙ୍କ ତିନି ବର୍ଷ କାର୍ଯ୍ୟକାଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନ୍ୟାସନାଲ୍ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ସରକାର ହିନ୍ଦୀ ଭାଷାର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ଚେଷ୍ଟା କରିଆସିଛନ୍ତି । 2014 ରେ ସରକାର ଏହାର ଅଧିକାରୀମାନଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟରେ ଓ ସରକାରୀ ଚିଠିରେ ହିନ୍ଦୀ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମୋଦି ନିଜେ ଇଂରାଜୀରେ ପାରଙ୍ଗମ ହେବା ସତ୍ତ୍ବେ ବିଶ୍ବସ୍ତରୀୟ ନେତାଙ୍କ ସହ ଅନ୍ତର୍ଜାତୀୟ ଫୋରମରେ ହିନ୍ଦୀରେ କୂଟନୈତିକ କାର୍ଯ୍ୟ କରନ୍ତି । ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କେନ୍ଦ୍ର ସରକାରଙ୍କ ପରାମର୍ଶରେ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମନ୍ତ୍ରୀଙ୍କୁ ହିନ୍ଦୀରେ ଭାଷଣ ଦେବାକୁ କହିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details