ଓଡିଶା

odisha

ଗାଜିଆବାଦ ପରେ ମଧ୍ୟପ୍ରଦେଶରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା

By

Published : Jul 23, 2020, 5:45 PM IST

ମଧ୍ୟପ୍ରଦେଶରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା । ସେ ଗ୍ବାଲିୟର ଏକ ଦୈନିକ ଖବର କାଗଜରେ କାମ କରୁଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଗାଜିୟାବାଦ ପରେ ମଧ୍ୟପ୍ରଦେଶରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା
ଗାଜିୟାବାଦ ପରେ ମଧ୍ୟପ୍ରଦେଶରେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା

ଭୋପାଳ: ଦେଶରେ ଏବେ ବିପଦପୂର୍ଣ୍ଣ ହୋଇପଡିଛି ସାମ୍ବାଦିକଙ୍କ ଜୀବନ । ଗାଜିଆବାଦ ପରେ ଏବେ ମଧ୍ୟପ୍ରଦେଶରେ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଛି । 35 ବର୍ଷୀୟ ମୃତ ସାମ୍ବାଦିକଙ୍କ ନାଁ ସୁନୀଲ ତିଓ୍ବାରୀ ହୋଇଥିବା ବେଳେ ସେ ଗ୍ବାଲିୟର ଏକ ଦୈନିକ ଖବର କାଗଜରେ କାମ କରୁଥିବା ଜଣାପଡିଛି । ତେବେ ପୂର୍ବ ଶତ୍ରୃତା କାରଣରୁ କିଛି ଅସାମାଜିକ ବ୍ୟକ୍ତି ନିଓ୍ବାରୀ ଜିଲ୍ଲାରେ ତାଙ୍କର ହତ୍ୟା କରିଛନ୍ତି ।

ସାମ୍ବାଦିକ ସୁନୀଲ ଓ ତାଙ୍କ ଭାଇ ମୋଟର ସାଇକେଲ ଯୋଗେଁ ତାଙ୍କ ଗାଁକୁ ଯାଉଥିବା ସମୟରେ ସେନ୍ଦରି ଥାନା ଅନ୍ତର୍ଗତ ପୁଟରି ଖେରା ଗାଁ ନିକଟରେ କିଛି ଅସାମାଜିକ ବ୍ୟକ୍ତି ତାଙ୍କୁ ଲୁହା ରଡ୍‌ରେ ଆକ୍ରମଣ କରିବା ସହ ଗୁଳି ଚଳାଇଥିଲେ । ତେବେ ସାମ୍ବାଦିକଙ୍କ ଭାଇ କୌଣସି ମତେ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ । ସେ ଗାଁରେ ପହଞ୍ଚି ଘଟଣା ସମ୍ପର୍କରେ ଖବର ଦେବା ପରେ ତାଙ୍କ ପରିବାର ଲେକେ ପହଞ୍ଚି ସୁନୀଲଙ୍କୁ ହସ୍ପିଟାଲ ନେଇଯାଇଥିଲେ । ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ପୂର୍ବ ଶତ୍ରୃତା କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ଅଭିଯୁକ୍ତ ମାନଙ୍କ ମଧ୍ୟରୁ 3 ଜଣଙ୍କ ସନ୍ଧାନ ମିଳିଥିବା ପୋଲିସ ସୂତ୍ରରୁ ସୂଚନା ଦିଆଯାଇଛି । ଘଟଣାରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

2 ଦିନ ପୂର୍ବରୁ ଉତ୍ତରପ୍ରଦେଶର ଗାଜିୟାବାଦରେ ଜଣେ ସାମ୍ବାଦିକଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ସାମ୍ବାଦିକ ଜଣଙ୍କ ନିଜ ଝିଅ ସହ ଘରକୁ ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କୁ ପିଟିବା ସହ ମୁଣ୍ଡକୁ ଗୁଳି କରିଦେଇଥିଲେ । ଫଳରେ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ସାମ୍ବାଦିକ ଜଣଙ୍କର ମୃତ୍ୟ ହୋଇଯାଇଥିଲା ।

@PTI_News

ABOUT THE AUTHOR

...view details