ଥିରୁଅନନ୍ତପୁରମ୍: ହାଥରସରେ ଜଣେ ଦଳିତ ମହିଳାକୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ବିବାଦରେ ୟୁପି ସରକାର । ଏପଟେ ଏହି ମାମଲାକୁ ରାଜ୍ୟସରକାର ଏକ ଷଡଯନ୍ତ୍ରର ନାଁ ଦେଇଛନ୍ତି । ୟୁପିରେ ଜାତିଗତ ତଥା ସାମ୍ପ୍ରଦାୟିକ ହିଂସା ବିସ୍ତାର କରାଯାଉଥିବା ସରକାର ଅଭିଯୋଗ କରିଛନ୍ତି। ଏଥିରେ 4 ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଜଣ ୟୁପିରୁ ଏବଂ ଜଣେ କେରଳର। କେରଳ ଅଭିଯୁକ୍ତ ଜଣେ ସାମ୍ବାଦିକ। ଏସବୁରେ ପିଏଫଆଇ ଜଡିତ ଥିବାର କୁହାଯାଉଛି ।
ହାଥରସ ଘଟଣା: ସୁପ୍ରିମକୋର୍ଟରେ ପହଞ୍ଚିଲା କେରଳ ସାମ୍ବାଦିକ ସଂଘ - ହାଥରସ ଘଟଣା
ହାଥରସରେ ଜଣେ ଦଳିତ ମହିଳାକୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ବିବାଦରେ ୟୁପି ସରକାର । ଏପଟେ ଏହି ମାମଲାକୁ ରାଜ୍ୟସରକାର ଏକ ଷଡଯନ୍ତ୍ରର ନାଁ ଦେଇଛନ୍ତି । ୟୁପିରେ ଜାତିଗତ ତଥା ସାମ୍ପ୍ରଦାୟିକ ହିଂସା ବିସ୍ତାର କରାଯାଉଥିବା ସରକାର ଅଭିଯୋଗ କରିଛନ୍ତି।
କେରଳର ଏକ ସାମ୍ବାଦିକ ସଂଘ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସାମ୍ବାଦିକ ସିଦ୍ଦିକି କପନଙ୍କ ଗିରଫଦାରୀ ବିରୋଧରେ କେରଳ ୟୁନିଅନ ୱାର୍କିଂ ସାମ୍ବାଦିକ (KUWJ) ହାବିଆସ କର୍ପସ ଯାଚିକା ଦାଖଲ କରିଛନ୍ତି। ସୂଚନାଯୋଗ୍ୟ, ସୋମବାର ୟୁପି ପୋଲିସ ମଥୁରା ଯିବା ବାଟରେ 4 ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ମୁଜାଫରନଗରର ଅତିକ୍-ଉର ରେହମାନ, ବହରାଇଚର ମସୁଦ ଅହମ୍ମଦ, ରାମପୁରର ଆଲମ ଏବଂ କେରଳର ସିଦ୍ଦିକି କପନଙ୍କୁ ଗିରଫ କରାଯାଇଥିଲା।
ସିଦ୍ଦିକି କପାନଙ୍କ ଗିରଫଦାରୀ ଉପରେ ସାମ୍ବାଦିକ ସଂଘ କହିଛି ଯେ ସିଦ୍ଦିକି କପାନ ଜଣେ ବରିଷ୍ଠ ସାମ୍ବାଦିକ । ଆସୋସିଏସନ ପକ୍ଷରୁ କୁହାଯାଇଛି ଯେ ଜଣେ ସାମ୍ବାଦିକଙ୍କୁ କୋର୍ଟର ନିର୍ଦ୍ଦେଶନାମା ବିରୁଦ୍ଧରେ ଯାଇ ଗିରଫ କରାଯାଇଛି । ଆସୋସିଏସନ ଏହା ମଧ୍ୟ କହିଛି ଯେ ସିଦ୍ଦିକିଙ୍କ ପରିବାର କିମ୍ବା ସହଯୋଗୀଙ୍କୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଆସୋସିଏସନ କହିଛି ଯେ ସାମ୍ବାଦିକ ସିଦ୍ଦିକି କପନଙ୍କୁ ଧରିବା ବେଆଇନ ଏବଂ ଅସାମ୍ବିଧାନିକ, ତେଣୁ ସିଦ୍ଦିକୀ କପାନଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ।