ଓଡିଶା

odisha

ETV Bharat / bharat

ବାଇଡେନ ରାଷ୍ଟ୍ରପତି ହେବା ପରେ କେମିତି ରହିବ ଭାରତ ସହ ସମ୍ପର୍କ, ଜାଣନ୍ତୁ... - nuclear deal

ଆମେରିକାରେ ବାଇଡେନ ଯଦି କ୍ଷମତାକୁ ଆସିବେ ଆମେରିକା-ଭାରତ ସମ୍ପର୍କ କିପରି ରହିବ । ତାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି ।

ଜୋ ବିଡେନ
ଜୋ ବିଡେନ

By

Published : Nov 5, 2020, 1:30 PM IST

ନୂଆଦିଲ୍ଲୀ: ଆମେରିକାର ଡେମୋକ୍ରାଟ୍ସ ପ୍ରାର୍ଥୀ ଜୋ ବାଇଡେନ ପରବର୍ତ୍ତୀ ରାଷ୍ଟ୍ରପତି ହୋଇପାରନ୍ତି । ଟ୍ରମ୍ପ-ବାଇଡେନ ଲଢେଇରେ ଆଗରେ ଅଛନ୍ତି ବାଇଡେନ । ଏଭଳି ପରିସ୍ଥିତିରେ ବାଇଡେନ କ୍ଷମତାକୁ ଆସିବା ପରେ ଆମେରିକା-ଭାରତ ସମ୍ପର୍କ କିପରି ବଦଳିବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ଗୋଟେପଟେ ଡୋନାଲ୍ଡ ଟ୍ରମ୍ପଙ୍କ ବିବୃତ୍ତି ସର୍ବଦା ବଦଳୁଥିବା ବେଳେ ବାଇଡେନ ଦୀର୍ଘ ଦିନ ହେବ ରାଜନୀତିରେ ରହିଆସିଛନ୍ତି ତେଣୁ ତାଙ୍କ ବିବୃତ୍ତି ଦୃଢ ରହିପାରେ ବୋଲି ବିବେଚନା କରାଯାଉଛି ।

ଯଦି ଆମେ ଭାରତ ସହିତ ବାଇଡେନଙ୍କ ସମ୍ପର୍କ ବିଷୟରେ କହିବା ତେବେ 2008 ରେ ଭାରତ ଏବଂ ଆମେରିକା ମଧ୍ୟରେ ଐତିହାସିକ ଆଣବିକ ଚୁକ୍ତି ହୋଇଥିଲା । ବାଇଡେନ ସେହି ସମୟରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିସହ ସିନେଟର ମଧ୍ୟ ଏହି ଡିଲ୍ ସପକ୍ଷରେ ଭୋଟ୍ ଦେଇଥିଲେ ।

ପ୍ରକାଶଥାଉକି, ଅକ୍ଟୋବର 2008 ରେ ଭାରତ ଏବଂ ଆମେରିକା ଆଣବିକ ଚୁକ୍ତି ବିଷୟରେ ଆଲୋଚନା କରୁଥିଲେ । ସେତେବେଳେ ଆମେରିକା ସିନେଟରେ ଭୋଟ୍ ହୋଇଥିଲା ଓ ଜୋ ବାଇଡେନ ଏହି ଚୁକ୍ତି ସପକ୍ଷରେ ମତ ଦେଇଥିଲେ । ଆମେରିକାର ଲୋକସଭାରେ ଏହି ଚୁକ୍ତି ସପକ୍ଷରେ ମୋଟ 298 ଭୋଟ୍ ଏବଂ ବିରୋଧୀ ଦଳରେ 117 ଭୋଟ୍ ଥିବାବେଳେ ସିନେଟରେ 86 ଭୋଟ୍ ଏବଂ ବିରୋଧୀ ଦଳରେ କେବଳ 13 ଭୋଟ୍ ରହିଥିଲା । କେବଳ ସପକ୍ଷରେ ମତଦାନ ନୁହେଁ ସେହି ସମୟରେ ବିଡେନ ସିନେଟ ବୈଦେଶିକ ସମ୍ପର୍କ କମିଟିର ମୁଖ୍ୟ ଥିଲେ । ଏହି ଚୁକ୍ତି ବିଷୟରେ ଜୋ ବାଇଡେନ କହିଥିଲେ ଯେ, ମୋ ନେତୃତ୍ବରେ ଇଣ୍ଡୋ-ଆମେରିକା ଏକ ଐତିହାସିକ ଚୁକ୍ତି ସ୍ବାକ୍ଷର କଲା, ଯାହା ଦୁଇ ଦେଶର ବନ୍ଧୁତାକୁ ମଜବୁତ କରିବ ।

ଏହା ବ୍ୟତୀତ ଜୋ ବାଇଡେନ 1998ରେ ଭାରତର ଆଣବିକ ପରୀକ୍ଷଣକୁ ସମର୍ଥନ କରି ଏକ ବିବୃତ୍ତି ମଧ୍ୟ ଦେଇଥିଲେ । ସେ କହିଥିଲେ ଯେ ଲୋକେ ଭାରତର ମନୋଭାବକୁ ଭୁଲ ବୁଝିଛନ୍ତି, ଭାରତ ଏପରି ଦେଶ ନୁହେଁ ଯାହା ସମସ୍ୟା ସୃଷ୍ଟି କରିବ। ଏହା ଲିବିଆ, ଉତ୍ତର କୋରିଆ କିମ୍ବା ଇରାକ ନୁହେଁ । ଏହା ବ୍ୟତୀତ ବାଇଡେନ କହିଛନ୍ତି ଯେ ବିଶ୍ବର ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବଂ ଆମେରିକା ମଧ୍ୟରେ ବନ୍ଧୁତା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଯଦି ଭାରତ ଏବଂ ଆମେରିକା ବନ୍ଧୁ ରୁହନ୍ତି ତେବେ ବିଶ୍ବ ସୁରକ୍ଷିତ ରହିବ ।

ABOUT THE AUTHOR

...view details