ଜୟପୁର: ନାବାଳିକା ଦୁଷ୍କର୍ମ ମାମଲାର ଦୋଷୀ ଆତ୍ମଘୋଷିତ ବିବାଦୀୟ ଧର୍ମଗୁରୁ ବାବା ଆଶାରାମ ବାପୁଙ୍କ ପକ୍ଷରୁ କରାଯାଇଥିବା ଯାଚିକାକୁ ଖାରଜ କରି ଦେଇଛନ୍ତି ଯୋଧପୁର ହାଇକୋର୍ଟ।
ଆଶାରାମ ବାପୁଙ୍କ ଯାଚିକା ଖାରଜ
ସୋମବାର ଯୋଧପୁର ହାଇକୋର୍ଟ ଆଶାରାମ ବାପୁଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କରି ଦେଇଛନ୍ତି।
ଫାଇଲ ଫଟୋ
2018 ମସିହା ମାର୍ଚ୍ଚରେ ଆଶାରାମଙ୍କୁ ଦୁଷ୍କର୍ମ ମାମଲରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଏ ମାମଲାରେ ତାଙ୍କୁ ଜେଲ ଦଣ୍ଡ ଶୁଣାଇଥିଲା କୋର୍ଟ। ହେଲେ ବାର୍ଦ୍ଧକ୍ୟ ଜନିତ ସ୍ବାସ୍ଥ୍ୟ ସମସ୍ୟା ଓ ଦଣ୍ଡ କୋହଳ ସହ ଆଜୀବନ ଦଣ୍ଡ ପାଇଁ ଯୋଧପୁର କୋର୍ଟରେ ଯାଚିକା ଦାଏର କରିଥିଲେ ସେ। ଯାହାକୁ ଖାରଜ କରି ଦେଇଛନ୍ତି କୋର୍ଟ।