ଓଡିଶା

odisha

ETV Bharat / bharat

କୋରୋନା ଯୋଦ୍ଧାଙ୍କ ପାଇଁ ଯୋଧପୁର ଏମ୍ସର ସ୍ବତନ୍ତ୍ର ଡିଭାଇସ - ଯୋଧପୁର ଏମ୍ସ

ବଢୁଥିବା କୋରୋନା ସଂକ୍ରମଣକୁ ନଜରରେ ରଖି ଯୋଧପୁର ଏମ୍ସ ସି-2 ପ୍ଲାଷ୍ଟିକ ବ୍ୟବହାର ପ୍ରସ୍ତୁତ କରିଛି ଏପରି ଏକ ଡିଭାଇସ ଯାହା ଫ୍ରଣ୍ଟଲାଇନ ଯୋଦ୍ଧାକୁ ସଂକ୍ରମଣରୁ ରକ୍ଷା କରିବ । ଅଧିକ ପଢନ୍ତୁ...

ଯୋଧପୁର ଏମ୍ସ ପ୍ରସ୍ତୁତ କଲା ଏପରି ଏକ ଡିଭାଇସ, କୋରୋନା ଯୋଦ୍ଧାଙ୍କୁ ଦେବ ସୁ
ଯୋଧପୁର ଏମ୍ସ ପ୍ରସ୍ତୁତ କଲା ଏପରି ଏକ ଡିଭାଇସ, କୋରୋନା ଯୋଦ୍ଧାଙ୍କୁ ଦେବ ସୁ

By

Published : Jul 8, 2020, 5:05 PM IST

ଜୟପୁର: ଯୋଧପୁର ଏମ୍ସର ବିଶେଷଜ୍ଞ ଦଳ ଦେଶରେ କୋରୋନା ବିରୋଧରେ ଲଢୁଥିବା ଯୋଦ୍ଧାଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଡିଭାଇସ ଡିଜାଇନ କରିଛି । ଏହାଦ୍ବାରା କୋରୋନା ସଂକ୍ରମିତଙ୍କ ଚିକିତ୍ସା ସମୟରେ ଆଉ କୌଣସି ସ୍ୱାସ୍ଥ୍ୟ କର୍ମୀ ସଂକ୍ରମଣର ଶିକାର ହେବେ ନାହିଁ ବୋଲି ଦାବି କରାଯାଉଛି। ବିଶେଷ କଥା ହେଉଛି ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏହି ଉପକରଣ ମାତ୍ର 18 ହଜାର ଟଙ୍କା ବିନିମୟରେ ପ୍ରସ୍ତୁତ ହୋଇଛି।

ଯୋଧପୁର ଏମ୍ସ ପ୍ରସ୍ତୁତ କଲା ଏପରି ଏକ ଡିଭାଇସ, କୋରୋନା ଯୋଦ୍ଧାଙ୍କୁ ଦେବ ସୁରକ୍ଷା

ସମଗ୍ର ବିଶ୍ୱରେ କୋଟିଏରୁ ଅଧିକ ପହଞ୍ଚିଛି କୋରୋନା ସଂକ୍ରମଣ ମାମଲା । ତେବେ ସଂକ୍ରମିତଙ୍କ ଚିକିତ୍ସାରେ ନିୟୋଜିତ ଶହ ଶହ ସ୍ୱାସ୍ଥ୍ୟ କର୍ମୀ ମଧ୍ୟ ଏହାର ସଂକ୍ରମଣର ଶିକାର ହେଉଛନ୍ତି। ଏସବୁ ମଧ୍ୟରେ ଯୋଧପୁର ଏମ୍ସ ଏକ ସର୍ଜିକାଲ କମ୍ପାନୀ ସହିତ ଏହି ଡିଭାଇସ ଡିଜାଇନ କରିଛି । ଇସ୍କନ ସର୍ଜିକାଲ କମ୍ପାନୀ ସହ ଏମ୍ସ ନିର୍ଦ୍ଦେଶକ ଡାକ୍ତର ସଞ୍ଜୀବ ମିଶ୍ର ଏବଂ ତାଙ୍କ ଟିମଙ୍କ ସହ ମଙ୍ଗଳବାର ଯୋଧପୁର ଏମ୍ସ ଅଡିଟୋରିୟମରେ ଏହି ଡିଭାଇଲକୁ ଲଞ୍ଚ କରିଛନ୍ତି।

ଏମ୍ସର ଡାକ୍ତର ଅମିତ ଗୋୟଲ କହିଛନ୍ତି ଯେ, ଏହି ଡିଭାଇସ ସଂକ୍ରମିତର ଟ୍ରପଲେଟ ବ୍ୟତୀତ ମୁହଁରୁ ବାହାରୁ ଥିବା ଏରୋସାଲକୁ ବାହାରିବାକୁ ଦେଇନଥାଏ। ଏହାଦ୍ବାରା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ କୋରୋନା ସଂକ୍ରମଣ ହେବାର କୌଣସି ବିପଦ ନାହିଁ । କୋରୋନା ସଂକ୍ରମଣ ଡ୍ରପଲେଟ ଏବଂ ଏରୋସଲ ଦ୍ୱାରା ବ୍ୟାପିଥାଏ । ସି-ଟୁ ରେ ପ୍ଲାଷ୍ଟିକରେ ନିର୍ମିତ ଏହି ଡିଭାଇସ ସ୍ୱାସ୍ଥ୍ୟ କର୍ମୀଙ୍କୁ ସଂକ୍ରମିତ ହେବାରୁ ରକ୍ଷା କରିବ ।

ଏହି ଏରୋସାଲ ଡିଭାଇସରେ ସ୍ୱତନ୍ତ୍ର ସି-2 ପ୍ଲାଷ୍ଟିକ ବ୍ୟବହାର କରାଯାଇଛି । ଏହାର ଉଚ୍ଚତା ଏବଂ ମୋଟେଇ ପ୍ରାୟ ଦେଢ-ଦେଢ ଫୁଟ ରହିଛି । ଏହି ଡିଭାଇସଟି ସଂକ୍ରମିତର ମୁଣ୍ଡ, ପାଟି ଏବଂ ତଣ୍ଟି ଉପରେ ରଖାଯିବ । ସିଲିକନ ରବର ଛିଦ୍ର ସାହାଯ୍ୟରେ ଡାକ୍ତର ସଂକ୍ରମିତଙ୍କୁ ଇଣ୍ଟିବ୍ୟୁଟ ଏବଂ ସକ୍ସନ ପାଇଁ ନଳୀ ଓ ଭେଣ୍ଟିଲୱେଟର ଆଦି ଲଗେଇ ପାରିବେ । ଡିଭାଇସରେ ସିଲିକନ ଚିତ୍ର ରଖାଯାଇଛି ଯେଉଁଠାରେ ସଂକ୍ରମିତଙ୍କ ଅକ୍ସିଜେନ ଏବଂ ଭେଣ୍ଟିଲେଟର ଲଗାଇବା ପାଇଁ ଯେଉଁଠି ହାତ ଭର୍ତ୍ତି କରିବା କଥା ସେଠାରେ ଏହି ସିଲିକନ ଡାଏଗ୍ରାମ ଲଗାଯାଇଛି । ଏହା ପବନ ସହ ଏଲୋସେଲକୁ ବାହାରକୁ ଆସିବାକୁ ଦେବନାହିଁ। ଯାହା ଦ୍ବାରା ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ସଂକ୍ରମଣ ହେବାର କୌଣସି ବିପଦ ନାହିଁ ।

ABOUT THE AUTHOR

...view details