ଓଡିଶା

odisha

By

Published : Jan 7, 2020, 10:13 AM IST

Updated : Jan 7, 2020, 2:34 PM IST

ETV Bharat / bharat

ମୁମ୍ବାଇରେ ‘ଫ୍ରି କାଶ୍ମୀର’ ବ୍ୟାନର, ପକ୍ଷ ରଖିଲେ ବ୍ୟାନର ଧରିଥିବା ମହିଳା

ମୁମ୍ବାଇରେ ଗେଟ୍-ୱେ ଅଫ୍ ଇଣ୍ଡିଆରେ JNU ହିଂସାକୁ ବିରୋଧ କରି ଅଧିକ ମାତ୍ରାରେ ଛାତ୍ର ଏକାଠି ହୋଇ ବିରୋଧ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ପାଖରେ ‘ଫ୍ରି କାଶ୍ମୀର’ ପୋଷ୍ଟର ଥିବାର ଦେଖିବାକୁ ମିଳିଛି ।

JNU violence
ମୁମ୍ବାଇରେ ‘ଫ୍ରି କାଶ୍ମୀର’ ବ୍ୟାନର

ମୁମ୍ବାଇ: ଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ(ଜେଏନୟୁ) କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣକୁ ଦେଶର ବିଭିନ୍ନ ପ୍ରାନ୍ତରେ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି। ମୁମ୍ବାଇରେ ଗେଟ୍-ୱେ ଅଫ୍ ଇଣ୍ଡିଆ ଠାରେ ବିକ୍ଷୋଭକାରୀ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନଙ୍କ ପାଖରେ ‘ଫ୍ରି କାଶ୍ମୀର’ ପୋଷ୍ଟର ଥିବାର ଦେଖିବାକୁ ମିଳିଛି।

ଅନ୍ୟପକ୍ଷେ ବ୍ୟାନର ଧରିଥିବା ଛାତ୍ରୀ ଏନେଇ ନିଜ ପକ୍ଷ ରଖିଛନ୍ତି । ଜମ୍ମୁ-କାଶ୍ମୀରରେ ଲାଗିଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ‘ଫ୍ରି କାଶ୍ମୀର’ ଲେଖିଛି ।

ମୁମ୍ବାଇରେ ‘ଫ୍ରି କାଶ୍ମୀର’ ବ୍ୟାନର

ଆଜାଦୀର ନାରା ଲଗାଇବା ସହ ‘କାଶ୍ମୀର ଫ୍ରି’ ବ୍ୟାନରକୁ ଆନ୍ଦୋଳନ ଚାଲିଥିବା ସମୟରେ ପ୍ରଦର୍ଶନ କରିଛନ୍ତି ବିକ୍ଷୋଭକାରୀ। ପ୍ରଧାନମନ୍ତ୍ରୀ ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ନେଇ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଇଛି। କେବଳ ମୁମ୍ବାଇ ନୁହେଁ ବରଂ ପଶ୍ଚିମବଙ୍ଗର ଯାଦବପୁର ବିଶ୍ବବିଦ୍ୟାଳୟ, ଚେନ୍ନାଇରେ ମଧ୍ୟ ଏନେଇ ପ୍ରତିବାଦ କରାଯାଇଛି।

ମୁମ୍ବାଇରେ ‘ଫ୍ରି କାଶ୍ମୀର’ ବ୍ୟାନର

ଅନ୍ୟପକ୍ଷେ ବିଜେପି ନେତା କିରୀଟ ସୌମେୟା ଏହାକୁ ନେଇ ପୋଲିସ ପାଖରେ ଏକ ମାମଲା ରୁଜୁ କରିଛନ୍ତି ଓ ଖୁବ ଶୀଘ୍ର ଏହାର କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗତ ରବିବାର ଜେଏନୟୁ କ୍ୟାମ୍ପସରେ କିଛି ମୁଖାଧାରୀ ଛାତ୍ର ପ୍ରବେଶ କରି ବିଶ୍ବବିଦ୍ୟାଳୟର ଅନ୍ୟ ଛାତ୍ରଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ଏଥିରେ ପ୍ରାୟ 23 ଜଣ ଆହତ ହୋଇଥିଲେ।

Last Updated : Jan 7, 2020, 2:34 PM IST

ABOUT THE AUTHOR

...view details