ଓଡିଶା

odisha

ETV Bharat / bharat

ଜେଏନୟୁ କୁଳପତିଙ୍କୁ ଆକ୍ରମଣ ଘଟଣା: 2 ଛାତ୍ର ନିଲମ୍ବିତ

ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର କୁଳପତି ପ୍ରଫେସର ଏମ ଜଗଦିଶ କୁମାରଙ୍କ ଉପରେ ଆକ୍ରମଣ କରିଥିବା ଘଟଣାରେ 2 ଛାତ୍ରଙ୍କୁ ନିଲମ୍ବିତ କରାଯାଇଛି ।

JNU students attacking VC
ଫାଇଲ ଫଟୋ

By

Published : Dec 18, 2019, 1:28 PM IST

ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ର କୁଳପତି ପ୍ରଫେସର ଏମ ଜଗଦିଶ କୁମାରଙ୍କ ଉପରେ ଆକ୍ରମଣ ଘଟଣାରେ 2 ଛାତ୍ରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି ପ୍ରଶାସନ । ଆକ୍ରମଣରେ ସମ୍ପୃକ୍ତ ଏହି ଛାତ୍ରଙ୍କୁ ବିଶ୍ବ ବିଦ୍ୟାଳୟର ସମସ୍ତ ଏକାଡେମୀ ଗତିବିଧି ଏବଂ ହଷ୍ଟେଲରୁ ନିଲମ୍ବିତ କରାଯାଇଛି । ଏହା ସହିତ ସେମାନଙ୍କୁ ଶରଣ ଦେଉଥିବା ଛାତ୍ରଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି ।

କୁଳପତି ଏମ ଜଗଦିଶ କୁମାରଙ୍କ ସହ ଶନିବାର କିଛି ଛାତ୍ର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଶନିବାର ଆର୍ଟସ ଆଣ୍ଡ ଅରାସ୍ଥେଟିକ ଆଡମିନଷ୍ଟ୍ରେସନ ବ୍ଲକକୁ ପରୀକ୍ଷାର ଅନୁଧ୍ୟାନ ଲାଗି ଯାଉଥିବା ସମୟରେ କୁଳପତିଙ୍କୁ 10 ରୁ 15 ଜଣ ଛାତ୍ର ଘେରିଥିଲେ । ତାଙ୍କୁ ଶାରୀରିକ ଭାବେ ଆକ୍ରମଣ କରିବାକୁ ପ୍ରୟାସ ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ । ସୌଭାଗ୍ୟବଶତଃ କିଛି ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରିଥିଲେ । ଏହାପରେ ସେହି ଛାତ୍ରମାନେ ତାଙ୍କ କାରର ଚାବି ଛଡାଇ ନେଇ ଆକ୍ରମଣ କରିଥିଲେ । ଘଟଣାସ୍ଥଳରୁ ସେ ଚାଲିଯିବା ପରେ ମଧ୍ୟ ତାଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯାଇଥିଲା ।

ABOUT THE AUTHOR

...view details