ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣକୁ ପଣ୍ଡ କରିଛନ୍ତି ଭାରତୀୟ ସୁରକ୍ଷାବଳ । ଏଠାରେ ନିୟୋଜିତ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜମ୍ମୁର ରଜୌରି ହାଇୱେରେ ଆଇଡି ଖଞ୍ଜିଥିଲେ ଆତଙ୍କବାଦୀ । ଯାହାକୁ ବୋମା ନିରୋଧକ ଦଳ ନିଷ୍କ୍ରିୟ କରିଛନ୍ତି ।
ପୁଣି ଯବାନଙ୍କୁ ରାଜପଥରେ ଟାର୍ଗେଟ କଲେ ଆତଙ୍କବାଦୀ - ied
ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜମ୍ମୁର ରଜୌରି ହାଇୱେରେ ଆଇଡି ଖଞ୍ଜିଥିଲେ ଆତଙ୍କବାଦୀ । ଯାହାକୁ ବୋମା ନିରୋଧକ ଦଳ ନିଷ୍କ୍ରିୟ କରିଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଟ୍ବିଟର@ANI
ସୂଚନା ମୁତାବକ, ଜମ୍ମୁ-ପୁଞ୍ଚ ଜାତୀୟ ରାଜପଥର କାଲାର ଅଞ୍ଚଳରେ ସୋମବାର ଏକ ଆଇଡି ମିଳିଥିଲା । ଏହା ପରେ ଭାରତୀୟ ସେନା ସିଆରପିଏଫ ଏବଂ କାଶ୍ମୀର ପୋଲିସ ଏକ ଟିମ୍ ଗଠନ କରି ଉକ୍ତ ଅଞ୍ଚଳକୁ ସିଲ୍ କରିଥିଲେ । ପରେ ସତର୍କତାର ସହ ଉକ୍ତ ବୋମାକୁ ନିଷ୍କ୍ରିୟ କରାଯାଇଥିଲା ।