ଜମ୍ମୁ କାଶ୍ମୀର: ପବିତ୍ର ରମଜାନ ଭଳି ପବିତ୍ର ମାସରେ କିଏ କେତେ ପୁଣ୍ୟ ଅର୍ଜନ କରୁଛନ୍ତି । କେବଳ ମୁସଲିମ ଭାଇଭଉଣୀମାନେ ହିଁ ଏହି ମାସରେ ଧର୍ମ କରୁନାହାଁନ୍ତି । ବଂର ଜମ୍ମୁକାଶ୍ମୀର ଜଣେ ପୋଲିସ ସିପାହୀଙ୍କ ମଧ୍ୟ ବଦାନ୍ୟତାର ପରିଚୟ ଦେଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
ଖାକି ତଳର ଉଦାରୀ ମଣିଷ - feeds
ପୋଲିସ ଜଣଙ୍କ ଜଣେ ଦିବ୍ୟାଙ୍ଗ ବାଳକଙ୍କୁ ନିଜ ହାତରେ ଖୁଆଇ ଦେଉଛନ୍ତି । ଆଉ ଏହି ଭିଡିଓ ତଳେ ଜମ୍ମୁକାଶ୍ମୀର ପୋଲିସ ' we care ' ଲେଖି ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।
ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ ଟ୍ୱିଟର
ଯେଉଁଥିରେ ଦେଖାଯାଇଛି , ପୋଲିସ ଜଣଙ୍କ ଜଣେ ଦିବ୍ୟାଙ୍ଗ ବାଳକକୁ ନିଜ ହାତରେ ଖୁଆଇ ଦେଉଛନ୍ତି । ଆଉ ଏହି ଭିଡିଓ ତଳେ ଜମ୍ମୁକାଶ୍ମୀର ପୋଲିସ ' we care ' ଲେଖି ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଆଉ ପ୍ରମାଣ କରିଦେଇଛନ୍ତି ଯେ, ମାନବ ସେବା ହିଁ ମାଧବ ସେବା ।
ତେବେ ଏହି ଘଟଣା ପ୍ରଥମଥର ନୁହେଁ, ଏହାପୂର୍ବରୁ ମଧ୍ୟ ପୋଲିସ ନିଜ ବର୍ଦି ପଛରେ ଥିବା ସେ ଭାବନାତ୍ମକ ରୂପକୁ ଦେଖାଇ ମାନବତାର ପରିଚୟ ଦେଇଛନ୍ତି । ଏଭଳି ମହାନ କାମକୁ ଜନସାଧାରଣଙ୍କ ସହ ସେୟାର କରି ଥିବାରୁ ଜମ୍ମୁକାଶ୍ମୀର ପେଲିସକୁ ଖୁବ ପ୍ରଶଂସା କରାଯାଇଛି ।