ରାଞ୍ଚି:ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ । ଝାଡଖଣ୍ତ ସରକାର ଏହାର ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଓ ବିତରଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଆସନ୍ତା ବର୍ଷ ଜୁଲାଇ 25 ଯାଏଁ ରାଜ୍ୟରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ,ସଂରକ୍ଷଣ ଉପରେ କଟକଣା ଲଗାଯାଇଛି । ଖାଦ୍ୟ ସୁରକ୍ଷା କମିଶନର ନୀତିନ କୁଲକର୍ଣ୍ଣି ଏହି ଉତ୍ପାଦ ଗୁଡିକ ଉପରେ ନିଷେଧାଦେଶ ଜାରି କରିଛନ୍ତି । ଜନ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।
ଦିଲ୍ଲୀ ପରେ ଏବେ ଝାଡଖଣ୍ଡ ପାଳି, ବର୍ଷେ ଯାଏଁ ତମାଖୁ ବ୍ୟାନ - ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ
ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ । ଆସନ୍ତା ବର୍ଷ ଜୁଲାଇ 25 ଯାଏଁ ରାଜ୍ୟରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ,ସଂରକ୍ଷଣ ଉପରେ କଟକଣା ଲଗାଇଲେ ଝାଡଖଣ୍ତ ସରକାର ।ଅଧିକ ପଢନ୍ତୁ.....
ବର୍ଷେ ଯାଏ ଗୁଟଖା ଓ ପାନ ମସଲା ବିକ୍ରି ଉପରେ ଲାଗିଲା ବ୍ୟାନ : ଝାଡଖଣ୍ତ ସରକାର
ଝାଡଖଣ୍ତ ସରକାର, ମେ ମାସ 8 ତାରିଖରେ ରାଜ୍ୟରେ 11ଟି କମ୍ପାନୀର ପାନମସଲା ଉତ୍ପାଦନ, ବିକ୍ରୟ, ସଂରକ୍ଷଣ ଓ ବିତରଣକୁ ବନ୍ଦ କରିଥିଲେ । ତମାଖୁ ଜାତୀୟ ଦ୍ରବ୍ୟ ଗୁଡିକରେ କେମିକାଲ ବ୍ୟବହାର ହେଉଥିଲା । ଯାହା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ଏନେଇ ସରକାର ବିକ୍ରୟ ଉପରେ ରୋକ ଲଗାଇଥିଲେ । ପରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟର ସର୍ବସାଧାରଣ ସ୍ଥାନରେ ତମାଖୁ ଜାତୀୟ ଦ୍ରବ୍ୟ ବ୍ୟବହାର ଉପରେ ଏପ୍ରିଲ 22ରେ ପ୍ରତିବନ୍ଧକ ଲାଗାଇଥିଲେ ।