ଓଡିଶା

odisha

ETV Bharat / bharat

ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଭୋଟ ଦେଲେ 105 ବର୍ଷିୟା ବୃଦ୍ଧା

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ବୋକାରୋ ନିର୍ବାଚନ କ୍ଷେତ୍ରର ସୋନାଟା ବୁଥରେ ଭୋଟ ଦେଇଛନ୍ତି 105 ବର୍ଷିୟା ବୃଦ୍ଧା ସୀତା ଦେବୀ ।

By

Published : Dec 16, 2019, 10:59 AM IST

jharkhand assembly election
ଫଟୋ ସୌଜନ୍ୟ: ଇଟିଭି ଭାରତ

ରାଞ୍ଚି: ବୟସକୁ ଖାତିର ନ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ 105 ବର୍ଷିୟା ବୃଦ୍ଧା । ଝାଡଖଣ୍ଡର ବୋକାରୋ ନିର୍ବାଚନ କ୍ଷେତ୍ରର ସୋନାଟା ବୁଥରେ ଭୋଟ ଦେଇଛନ୍ତି 105 ବର୍ଷିୟା ବୃଦ୍ଧା ସୀତା ଦେବୀ । ପରିଣତ ବୟସରେ ବି ଭୋଟ ଦେବାକୁ ତାଙ୍କ ମନରେ ଭରି ରହିଥିଲା ପ୍ରବଳ ଉତ୍ସାହ । ସୀତାଦେବୀଙ୍କ ମତଦାନ ଦେବାର ଏଭଳି ଆଗ୍ରହ ଅନ୍ୟ ମତଦାତାଙ୍କ ପାଇଁ ଉଦାହରଣ ପାଲଟିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଝାଡଖଣ୍ଡ ବିଧାନସଭା ନିର୍ବାଚନ ଲାଗି ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । 4ଟି ଜିଲ୍ଲାର 15ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ବୋକାରୋ ଏବଂ ଚନ୍ଦନକ୍ୟାୟୀ ବିଧାନସଭା କ୍ଷେତ୍ରରେ ମତଦାତାଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡାକୁ ବି ଖାତିର ନ କରି ବିଭିନ୍ନ ବୟସର ମତଦାତା ଭୋଟ ଦେବାପାଇଁ ଲାଇନ ଲଗାଇଛନ୍ତି ।

ABOUT THE AUTHOR

...view details