ଗାନ୍ଧୀନଗର: ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏଥିରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇ ପଡିଛି । ଏପରିକି କେତେକ ରାଜ୍ୟ ମଧ୍ୟ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ତେବେ ଗ୍ରାହକଙ୍କ ପସନ୍ଦ ମୁତାବକ ବଜାରରେ ବିଭିନ୍ନ ପ୍ରକାର ମାସ୍କ ବିକ୍ରି ହେଉଛି । ସୁନା ଓ ରୂପାର ମାସ୍କ ବଜାରରେ ମିଳୁଥିବାବେଳେ ଓ ଏବେ ବଜାରକୁ ଆସିଛି ହୀରା ଖଚିତ ମାସ୍କ । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଗୁଜୁରାଟ ସୁରଟର ଏକ ସୁନା ଦୋକାନରେ ହୀରା ଖଚିତ ମାସ୍କ ବିକ୍ରି ହେଉଛି । ଯାହାକୁ ଗ୍ରାହକ ବେଶ ପସନ୍ଦ କରୁଛନ୍ତି । ଯାହାକୁ ବିବାହ କାର୍ଯ୍ୟରେ ବର ଓ କନ୍ୟାଙ୍କ ପାଇଁ ମଧ୍ୟ କିଣୁଛନ୍ତି । ଆଉ ଯାହାର ମୂଲ୍ୟ 1.5 ଲକ୍ଷରୁ 4 ଲକ୍ଷ ଟଙ୍କା ମଧ୍ୟରେ ରହିଛି ।
ବଜାରରେ ହୀରା ଖଚିତ ମାସ୍କ, ଦେଢ ଲକ୍ଷରୁ 4 ଲକ୍ଷ ମଧ୍ୟରେ ରହିଛି ମୂଲ୍ୟ - ଗ୍ରାହକଙ୍କୁ ସୁହାଇଲା ଭଳି ରହିଛି ଦାମ୍
ବଜାରରେ ମିଳୁଛି ହୀରା ଖଚିତ ମାସ୍କ । ଗ୍ରାହକଙ୍କୁ ସୁହାଇଲା ଭଳି ରହିଛି ଦାମ୍ । ଅଧିକ ପଢନ୍ତୁ......
ବଜାରରେ ମିଳୁଛି ହୀରା ଖଚିତ ମାସ୍କ ,ଗ୍ରାହକଙ୍କୁ ସୁହାଇଲା ଭଳି ରହିଛି ଦାମ୍
ତେବେ ଦୋକାନୀ ମାଲିକ କହିଛନ୍ତି ଲକ ଡାଉନ ସମୟରେ ଜଣେ ଗ୍ରାହକ ଆସି ବର ଓ କନ୍ୟାଙ୍କ ପାଇଁ ନିଆରା ଢଙ୍ଗର ମାସ୍କ ପାଇଁ ବରାଦ ଦେଇଥିଲେ । ଆଉ ହୀରା ଲଗାଯାଇଥିବା ମାସ୍କ ତାଙ୍କୁ ଦିଆଯାଇଥିଲା । ଯାହା ଦେଖିବାକୁ ଖୁବ ଆକର୍ଷଣୀୟ ଥିଲା । ଲକ ଡାଉନ ଯୋଗୁଁ ମାସ୍କର ବ୍ୟବହାର ଆଗକୁ ବହୁଳ ମାତ୍ରାରେ ହେବ ବୋଲି ସେ କହିଛନ୍ତି ।
ସୌଜନ୍ୟ @ ANI