ନୂଆଦିଲ୍ଲୀ: ପୁଣି ଥରେ କମ୍ପାନୀକୁ ଟ୍ରାକକୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଛନ୍ତି ଜେଟ କର୍ମଚାରୀ । କଳେବେଳେ କୌଶଳେ ଏକଜୁଟ କରୁଛନ୍ତି ଟଙ୍କା । ବାକି ରାଶି ହାସଲ ପାଇଁ କମ୍ପାନୀର ନିଲାମୀ ଲାଗି ଏସବିଆଇକୁ ଚିଠି ଲେଖିଛି କମ୍ପାନୀ ।
କର୍ମଚାରୀଙ୍କ ପ୍ରତିନିଧି କହିଛନ୍ତି ଯେ, ନିଜ ବଳରେ ବାହାର ନିବେଶକଙ୍କ ଠାରୁ 3,000 କୋଟି ଟଙ୍କା ଏକତ୍ର ସରିଲାଣି । ଆଉ ବାକି ରାଶି ପାଇଁ ସୋସାଇଟ ଅଫ ୱେଲଫର ଅଫ ଇଣ୍ଡିଆନ ପାଇଲଟ (ଏସଡବ୍ଲୁଆଇପି) ଓ ଜେଟ ଏୟାରକ୍ରାଫ୍ଟ ମେଣ୍ଟନେସ ଇଞ୍ଜିନିୟର୍ସ ୱେଲଫର ଏସାସୋସିଏସନ (ଜେଏଏଏମଇଡବ୍ଲୁଏ) ସଂଘ ପକ୍ଷରୁ ନିଲାମୀ ପ୍ରସ୍ତାବ ଏସବିଆଇକୁ ପ୍ରସ୍ତାବ ଦେଇଛି ।