ଓଡିଶା

odisha

ETV Bharat / bharat

ଜେଟ୍‌ ଏୟାରୱେଜ୍‌ ଉପରେ ମହାସଙ୍କଟ, ଚାକିରୀ ଛାଡିବେ 1 ହଜାରରୁ ଉର୍ଦ୍ଧ୍ୱ ପାଇଲଟ - ଏୟାରୱେ

ଦରମା ନ ପାଇ ଜେଟ୍ ଏୟାରୱେଜ୍‌ ଛାଡିବେ 1 ହଜାରରୁ ଊର୍ଦ୍ଧ୍ୱ ପାଇଲଟ। ଦୀର୍ଘ ଦିନରୁ କମ୍ପାନୀ ସେମାନଙ୍କୁ ଦରମା ପ୍ରଦାନ କରିନାହିଁ।

ଫାଇଲ ଫଟୋ

By

Published : Mar 30, 2019, 7:31 PM IST

ମୁମ୍ବାଇ: ସଙ୍କଟରେ ଘରୋଇ ବିମାନ କମ୍ପାନୀ ଜେଟ୍ ଏୟାରୱେଜ୍। ଆସନ୍ତା ଏପ୍ରିଲ ପହିଲାରୁ କମ୍ପାନୀ ଛାଡି ପାରନ୍ତି 1 ହଜାରପାଲଇଟ। ଦୀର୍ଘଦିନରୁ କମ୍ପାନୀ ପାଇଲଟ ମାନଙ୍କୁ ଦରମା ପ୍ରଦାନ କରାଯାଇ ନଥିବାରୁ କମ୍ପାନୀ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି 1 ହଜାରରୁ ଊର୍ଦ୍ଧ୍ୱ ପାଇଲଟ୍‌।

ଏୟାରୱେଜ ଉପରେ 8ହଜାର କୋଟିରୁ ଉର୍ଦ୍ଧ୍ୱ କରଜ ରହିଛି। ତେଣୁ କ୍ଷତିରେ ଚାଲିଛି କମ୍ପାନୀ। ଅନ୍ୟପଟେ ଦୀର୍ଘଦିନରୁ ଦରମା ପାଇ ନଥିବାରୁ କମ୍ପାନୀ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି କର୍ମଚାରୀ।

ସପ୍ତାହ ତଳେ ନ୍ୟାସନାଲ ଏଭିଟରସ ଗିଲ୍ଡ ଘୋଷଣା କରିଥିଲା, ଯଦି ବକେୟା ଅର୍ଥ ପ୍ରଦାନ ନ କରାଯାଏ କିମ୍ବା ମାର୍ଚ୍ଚ 31 ସୁଦ୍ଧା ଥଇଥାନ ପାଇଁ କୌଣସିବ୍ୟବସ୍ଥା ନ କରାଯାଏ ଏପ୍ରିଲ ପହିଲାରୁ ସମସ୍ତ ବିମାନ ଉଡାଣ ବନ୍ଦ କରି ଦିଆଯିବ। ଏହାର କିଛି ଦିନ ପରେ ଏୟାର ଲାଇନ୍ସ ପ୍ରବନ୍ଧନ ଏସବିଆଇ ନୀତି ବ୍ୟାଙ୍କ ସଂଘ ହାତକୁ ଚାଲିଯାଇଥିଲା। ଏହା ପୂର୍ବରୁ ଏୟାରୱେଜର ଚେୟାର ମ୍ୟାନ ପଦରୁ ନରେଶ ଗୋୟଲ ଓ ତାଙ୍କ ପତ୍ନୀ ଅନୀତା ଗୋୟଲଇସ୍ତଫା ଦେଇଥିଲେ।

ABOUT THE AUTHOR

...view details