ଓଡିଶା

odisha

ETV Bharat / bharat

ବିଜେପି ପରେ ଆକ୍ସନ ମୋଡରେ ଜେଡିୟୁ, 15 ବିଦ୍ରୋହୀ ବହିଷ୍କୃତ

ଜେଡିୟୁ ମଙ୍ଗଳବାର 15 ନେତାଙ୍କୁ ଦଳରୁ ବହିଷ୍କାର କରିଦେଇଛି । ଏହି ନେତା ମାନେ 6 ବର୍ଷ ପାଇଁ ଦଳରୁ ବହିଷ୍କୃତ ହୋଇଛନ୍ତି । ଅଧିକ ପଢନ୍ତୁ...

ବିଜେପି ପରେ ଆକ୍ସନ ମୋଡରେ ଜେଡିୟୁ, 15 ବିଦ୍ରୋହୀ ବହିଷ୍କୃତ
ବିଜେପି ପରେ ଆକ୍ସନ ମୋଡରେ ଜେଡିୟୁ, 15 ବିଦ୍ରୋହୀ ବହିଷ୍କୃତ

By

Published : Oct 13, 2020, 6:05 PM IST

ବପାଟନା: ବିହାର ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଏନଡିଏର 2 ମେଣ୍ଟ ଦଳ ଅନୁଶାସନ ମାମଲାରେ କୋଠରତା ଆପଣାଇଛନ୍ତି । ବିହାର ନିର୍ବାଚନରେ ଏଲଜେପିର ଏଣ୍ଟ୍ରି ପରେ ଏବେ ଅନେକ ନେତାଙ୍କ ଟିକଟ କଟିଛି । ଏପରିସ୍ଥିତିରେ ଏନଡିଏ ଉପରେ ଅସନ୍ତୁଷ୍ଟ ନେତାମାନେ ଏବେ ଏଲଜେପି ମୁହାଁ ହୋଇଛନ୍ତି ।

ଏହି ମଧ୍ୟରେ ବିଜେପି 9 ଜଣ ନେତାଙ୍କୁ ବହିଷ୍କାର କରିଥିବା ବେଳେ ଜେଡିୟୁ ମଙ୍ଗଳବାର 15 ନେତାଙ୍କୁ ଦଳରୁ ବହିଷ୍କାର କରିଦେଇଛି । ଏହି ନେତା ମାନେ 6 ବର୍ଷ ପାଇଁ ଦଳରୁ ବହିଷ୍କୃତ ହୋଇଛନ୍ତି ।

ବିଜେପି ପରେ ଆକ୍ସନ ମୋଡରେ ଜେଡିୟୁ, 15 ବିଦ୍ରୋହୀ ବହିଷ୍କୃତ

ବିହାରରେ ବର୍ତ୍ତମାନର ବିଧାୟକଙ୍କ ଠୁ ନେଇ ପୂର୍ବତନ ମନ୍ତ୍ରୀ ଓ ପୂର୍ବତନ ବିଧାୟକ କେହି ବି ବାଦ ପଡି ନାହାନ୍ତି । ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଜେଡିୟୁ । ତେବେ ବହିଷ୍କୃତ ନେତାଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଭଗବାନ ସିଂ କୁଶୱାହା, ପୂର୍ବତନ ମନ୍ତ୍ରୀ ରମେଶ୍ବର ପାସୱାନ, ବର୍ତ୍ତମାନର ବିଧାୟକ ଦଦନ ସିଂ ଯାଦବ, ପୂର୍ବତନ ବିଧାୟକ ଡାକ୍ତର ରଣବିଜୟ ସିଂ, ପୂର୍ବତନ ବିଧାୟକ ସୁମିତ ସିଂ, କାଞ୍ଚନ କୁମାରୀ ଗୁପ୍ତା, ପ୍ରମୋଦ ସିଂ ଚନ୍ଦ୍ରଭାନ୍ସି, ଅରୁଣ କୁମାର, ତଜୁମୁଲ ଖାଁ, ଅମରଶ ଚୌଧୁରୀଙ୍କ ନାଁ ସାମିଲ ଅଛି । ଏହି ନେତାମାନଙ୍କ ବହିଷ୍କାର ନୋଇ ଦଳ ଏକ ଚିଠି ଜାରି କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details