ଟୋକିଓ: ଦୂର ହେବାକୁ ଯାଉଛି ମେଟ୍ରୋ ସିଟି ବେଙ୍ଗାଲୁରୁର ଟ୍ରାଫିକ ସମସ୍ୟା । ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ପଦକ୍ଷେପ । ଖୁବଶୀଘ୍ର ଜନଗହଳିପୂର୍ଣ୍ଣ ସ୍ଥାନରେ ବ୍ୟବହାର ହେବ ଜାପାନିଜ ଟ୍ରାଫିକ ପ୍ରଣାଳୀ ।
ଜାପାନିଜ ମଲ୍ଟିନ୍ୟାସନାଲ ଫିର୍ମର ଚୂଡାନ୍ତ ପରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ଏନେଇ ଡିରେକ୍ଟଟରେ ଅଫ ଅର୍ବାନ ଲ୍ୟାଣ୍ଡ ଟ୍ରାନ୍ସଫୋର୍ଟ ପକ୍ଷରୁ କ୍ୟୁ-ଲେନ୍ଥ ମେଜରମେଣ୍ଟ ସେନସର ପାଇଁ ୱାର୍ଡ ଅର୍ଡର ଦିଆଯାଇଛି । ଏମଜି ରୋଡ, ଓଲ୍ଡ ମାଡ୍ରାସ ରୋଡ, ହୋସୁର ରୋଡ ଭଳି 29ଟି ଜଙ୍କସନ ପାଇଁ ଅର୍ଡର ଦିଆଯାଇଛି ।