ଓଡିଶା

odisha

ETV Bharat / bharat

ଆସାମରେ ଜାପାନୀ ଜ୍ବର ଆତଙ୍କ; ଗଲାଣି 30 ମୁଣ୍ଡ, 190 ଜଣ ଆକ୍ରାନ୍ତ

ବିହାର ପରେ ଆସାମକୁ ଡରାଇଲାଣି ଜାପାନୀ ଏନସେଫାଲାଇଟସ୍। ରାଜ୍ୟରେ ହାଇ ଆଲର୍ଟ ଜାରି କରିବା ସହ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ସରକାର ।

By

Published : Jul 6, 2019, 12:30 PM IST

ଫଟୋ ସୌଜନ୍ୟ: ବ୍ୟୁର ଇନପୁଟ, ଇଟିଭି ଭାରତ


ଗୌହାଟି: ବିହାର ପରେ ଆସାମରେ ଜାପାନୀ ଏନସେଫାଲାଇଟସର ଆତଙ୍କ । ନିୟନ୍ତ୍ରଣ ବାହାରେ ମହାମାରୀ ଜାପାନୀ ଜ୍ବର । ଜୁଲାଇ 5 ତାରିଖ ଯାଏଁ ଜାପାନୀ ଜ୍ବର 30 ମୁଣ୍ଡ ନେଇଥିବା ବେଳେ ଜ୍ବରରେ ଆକ୍ରାନ୍ତଙ୍କ ସଂଖ୍ୟା 190 । 1094 ଗାଁରେ ଏହି ରୋଗ ବ୍ୟାପିବାରେ ଲାଗିଛି । ଏପଟେ ଜାପାନୀ ଜ୍ବରର କାୟା ବିସ୍ତାରକୁ ଦେଖି ସରକାର ରାଜ୍ୟରେ ହାଇ ଆଲର୍ଟ ଜାରି କରିଛନ୍ତି । ସମସ୍ତ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀଙ୍କ ଛୁଟି ବାତିଲ କରିଦିଆ ଯାଇଛି । ସ୍ବାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

ସ୍ବାସ୍ଥ୍ୟ ବିଭାଗର ସମସ୍ତ ଡାକ୍ତର ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ସରକାରୀ ଡାକ୍ତରଖାନାରେ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଯୋଗେଇ ଦିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିସହ ବେସରକାରୀ ଡାକ୍ତରଖାନାମାନରେ ଚିକିତ୍ସା କରାଇଲେ 1 ଲକ୍ଷ ଟଙ୍କା ପାଖାପାଖି ସହାୟତା ଦିଆଯିବ। ଯାତାୟତ ପାଇଁ 1000ଟଙ୍କା ପରିବାର ଲୋକଙ୍କୁ ପ୍ରଦାନ ନେଇ ବ୍ୟବସ୍ଥା କରାଯିବ । ତେବେ ଆଗକୁ ସମସ୍ତଙ୍କ ରକ୍ତ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

For All Latest Updates

ABOUT THE AUTHOR

...view details