ଓଡିଶା

odisha

ETV Bharat / bharat

ଲଦାଖ ମାମଲାରେ ଭାରତକୁ ସମର୍ଥନ ଜଣାଇଲା ଜାପାନ - ଜାପାନ

ଲଦାଖ ମାମଲାରେ ଜାପାନ ଚୀନକୁ କଡା ନିନ୍ଦା କରିବା ସହ ଭାରତକୁ ଦୃଢ ସମର୍ଥନ ଦେଇଛି । ଏଥିସହ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତି ପରିବର୍ତ୍ତନ କରିବାକୁ ଚୀନର ଏକପାଖିଆ ପ୍ରୟାସକୁ ବିରୋଧ କରିଛି ଜାପାନ ।

ଜାପାନ
ଜାପାନ

By

Published : Jul 3, 2020, 3:30 PM IST

Updated : Jul 3, 2020, 3:46 PM IST

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ପ୍ରତିକ୍ରିୟା ଦେଇଛି ଜାପାନ । ଲଦାଖ ମାମଲାରେ ଜାପାନ ଚୀନକୁ କଡା ନିନ୍ଦା କରିବା ସହ ଭାରତକୁ ଦୃଢ ସମର୍ଥନ ଦେଇଛି । ଲଦାଖରେ ଭାରତ-ଚୀନ ସୈନିକଙ୍କ ମଧ୍ୟରେ ଘଟିଥିବା ସଂଘର୍ଷ ପାଇଁ ଚୀନକୁ ଦାୟୀ କରି ଜାପାନ କହିଛି, ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖାରେ ସ୍ଥିତି ପରିବର୍ତ୍ତନ କରିବାକୁ ଚୀନର ଏକପାଖିଆ ପ୍ରୟାସକୁ ଆମେ ବିରୋଧ କରୁଛୁ ।

ଲଦାଖରେ ଭାରତ-ଚୀନ ମଧ୍ୟରେ ଘଟିଥିବା ସଂଘର୍ଷର ସମାଧାନ ପାଇଁ ଭାରତ ସରକାରଙ୍କ ଉଦ୍ୟମ ସମ୍ପର୍କରେ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା ନୂଆଦିଲ୍ଲୀସ୍ଥିତି ଟୋକିଓର ରାଷ୍ଟ୍ରଦୂତ ସତୋଶୀ ସୁଜୁକିଙ୍କ ସହ ଶୁକ୍ରବାର ଆଲୋଚନା କରିଛନ୍ତି । ତେବେ ଏହି ସମୟରେ ଏହି ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ସରକାର ଆପଣାଇଥିବା ନୀତି ସମେତ ଏଲଏସି ସ୍ଥିତିକୁ ନେଇ ତାଙ୍କର ସଂକ୍ଷିପ୍ତ ସୂଚନାକୁ ପ୍ରଶଂସା କରିଛନ୍ତି ସତୋଶୀ ସୁଜୁକି । ଜାପାନ ମଧ୍ୟ ଉଭୟ ଦେଶ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆଶା ରଖିଛି। ତେବେ ଜାପାନ ସ୍ଥିତି ପରିବର୍ତ୍ତନ କରିବାକୁ ଚୀନର ଏକପାଖିଆ ପ୍ରୟାସକୁ ବିରୋଧ କରୁଛି ବୋଲି ସତୋଶୀ ସୁଜୁକି କହିଛନ୍ତି ।

ଜାପାନ ଦ୍ବାରା ଏକ ନିର୍ଦ୍ଦିଷ୍ଟ ନିୟମକୁ ସଂଶୋଧନ କରିବାର ସପ୍ତାହ ପରେ ଏହି ବିବୃତ୍ତି ଆସିଛି । ଯାହା ଭାରତ, ଅଷ୍ଟ୍ରେଲିଆ ଏବଂ ବ୍ରିଟେନ ସହ ପ୍ରତିରକ୍ଷା ଗୁପ୍ତଚର ବାଣ୍ଟିବାକୁ ଅନୁମତି ଦେଇଥିଲା । ଟୋକିଓ ପାଇଁ ପୂର୍ବ ଚୀନ ସାଗରରେ ବେଜିଂର କାର୍ଯ୍ୟକଳାପ ଉପରେ ନଜର ରଖିବା କଷ୍ଟକର ହୋଇପଡିଛି। ତେଣୁ ଜାପାନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଏହାଦ୍ବାରା ଦେଶମଧ୍ୟରେ ଯୁଦ୍ଧାଭ୍ୟାସ, ଉପକରଣର ବିକାଶ ପାଇଁ ମିଳିତ ପ୍ରୟାସ ଏବଂ ଚୀନର ସୈନ୍ୟ ଗତିବିଧି ଉପରେ ତଥ୍ୟ ଆଦାନପ୍ରଦାନ ହୋଇପାରିବ ।

Last Updated : Jul 3, 2020, 3:46 PM IST

ABOUT THE AUTHOR

...view details