ଓଡିଶା

odisha

ETV Bharat / bharat

ପୁଣି ଆତଙ୍କବାଦୀଙ୍କ ବର୍ବର କାଣ୍ଡ, ଛୁଟିରେ ଆସିଥିବା ଯବାନଙ୍କୁ ଗୁଳି କରି ହତ୍ୟା

ଛୁଟିରେ ଆସିଥିବା ସେନାର ଜଣେ ଯବାନଙ୍କୁ ତାଙ୍କ ଘରେ ପଶି ହତ୍ୟା କରିଛନ୍ତି ଆତଙ୍କବାଦୀ ।  ବାରମୂଳା ଜିଲ୍ଲାର ବାରପୋରା ସୋପାର ଅଞ୍ଚଳରେ  ଘଟିଛି ଏହି ଘଟଣା ।

By

Published : Apr 6, 2019, 8:09 PM IST

ଫାଇଲ ଫଟୋ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ପୁଣି ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ବର୍ବର କାଣ୍ଡ । ଛୁଟିରେ ଆସିଥିବା ସେନାର ଜଣେ ଯବାନଙ୍କୁ ତାଙ୍କ ଘରେ ପଶି ହତ୍ୟା କରିଛନ୍ତି ଆତଙ୍କବାଦୀ । ବାରମୂଳା ଜିଲ୍ଲାର ବାରପୋରା ସୋପାର ଅଞ୍ଚଳରେ ଘଟିଛି ଏହି ଘଟଣା । ସହିଦ ଯବାନ ଜଣକ ମହମ୍ମଦ ରଫିକ ୟତୁ ବୋଲି ଜଣା ପଡିଛି ।

ସୂଚନା ମୁତାବକ, ମହମ୍ମଦ ବରମୂଳାରେ ନିଯୁକ୍ତ ଥିଲେ । ଛୁଟି କାଟିବାକୁ ସେ କଶ୍ମୀରର ବୁଧଗାମ ଜିଲ୍ଲାରେ ଥିବା ତାଙ୍କ ଗ୍ରାମ କ୍ୱାଜିପୋରା ଚଦୁରାକୁ ଯାଇଥିଲେ। ତେବେ ଆଜି ସନ୍ଧ୍ୟା ପ୍ରାୟ 5 ଟା 25 ସମୟରେ କିଛି ଆତଙ୍କବାଦୀ ତାଙ୍କ ଘର ଉପରକୁ ଗୁଳି ବର୍ଷଣ କରିଥିଲେ। ଏଥିରେ ଯବାନ ଜଣକ ଗୁରୁତର ଆହତ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତରଣ କରାଯାଇଥିଲା । କିନ୍ତୁ ଡାକ୍ତରଖାନା ଯିବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।

ସେପଟେ ସୁରକ୍ଷାକର୍ମୀଙ୍କ ଏକ ଟିମ୍‌କୁ ଘଟଣାସ୍ଥଳକୁ ପଠାଯାଇଥିବା ସୂଚନା ମିଳିଛି । ସେନା, ପୋଲିସର ସ୍ବତନ୍ତ୍ର ଅପରେଶନ ଗ୍ରୁପ ଏବଂ ସିଆରପିଏଫ ଉକ୍ତ ସ୍ଥାନରେ ଘେରାବନ୍ଦୀ କରିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କରିଛନ୍ତି ।

ABOUT THE AUTHOR

...view details