ଓଡିଶା

odisha

By

Published : Jul 21, 2020, 4:16 PM IST

ETV Bharat / bharat

ଦ୍ବାଦଶ ଶ୍ରେଣୀ ବହିରେ ଯୋଡି ହେଲା ଧାରା 370 ଉଚ୍ଛେଦ ଅଧ୍ୟାୟ

ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ଦ୍ବାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପୁସ୍ତକରେ ଜାମ୍ମୁକାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ସମାପ୍ତ କରିବା ନେଇ ଉଲ୍ଲେଖ କରିଛି ।

Breaking News

ନୂଆଦିଲ୍ଲୀ: ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (ଏନସିଆରଟି) ଦ୍ବାଦଶ ଶ୍ରେଣୀ ରାଜନୀତି ବିଜ୍ଞାନ ପୁସ୍ତକରେ ଜମ୍ମୁକାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ସମାପ୍ତ କରିବା ନେଇ ଉଲ୍ଲେଖ କରିଛି । ପ୍ରକାଶଥାଉକି, ଦ୍ବାଦଶରେ ରାଜନୈତିକ ବିଜ୍ଞାନ ପୁସ୍ତକରେ ଆଞ୍ଚଳିକ ଆକାଂକ୍ଷା ବିଷୟ ଉପରେ ଏକ ଅଧ୍ୟାୟ ରହିଛି ।

ଏହି ଅଧ୍ୟାୟରେ ଧାରା 370 ବିଷୟରେ ଲେଖାଯାଇଛି । ଧାରା 370 ଯୋଗୁଁ ଜମ୍ମୁ କାଶ୍ମୀରର ଲୋକେ ଦୁଇଟି ନାଗରିକତ୍ବ ଗ୍ରହଣ କରୁଥିଲେ। ପଡୋଶୀ ଦେଶ ପାକିସ୍ତାନ ଜମ୍ମୁ କାଶ୍ମୀରରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାରେ ଲାଗିଛି। ଏହାପରେ 1990 ମସିହାରେ କାଶ୍ମୀର ପଣ୍ଡିତଙ୍କୁ କାଶ୍ମୀରରୁ ଚାଲିଯିବାକୁ ପଡିଲା ଓ ପରେ ରାଜ୍ୟ ସରକାର ବିଚ୍ଛିନ୍ନତା ରାଜନୀତି ଆଳରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବାକୁ ଲାଗିଲେ।

ପୁସ୍ତକର ଏହି ସଂଶୋଧିତ ଅଧ୍ୟାୟରେ, ଏହି ସୂଚନା ମଧ୍ୟ ଦିଆଯାଇଛି ଯେ କାଶ୍ମୀରରେ ବର୍ଷ ବର୍ଷ ଧରି ମଧ୍ୟ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। 1947 ମସିହାରେ ସ୍ବାଧୀନତା ପୂର୍ବରୁ ପାକିସ୍ତାନ କାଶ୍ମୀରର ଏକ ବଡ ଅଂଶକୁ ଜବରଦଖଲ କରିଥିଲା। ଏହାକୁ ପାକିସ୍ତାନ ଅଧିକୃତ ବା ପାକ୍ ଅଧିକୃତ କାଶ୍ମୀର କୁହାଯାଏ।

ଯେତେବେଳେ କି ଏହା ମୂଳତଃ ଭାରତର ଏକ ଅଂଶ । ବିଜେପି ସରକାର ଗୋଟିଏ ଦେଶ ଅଧୀନରେ ଥିବା ଧାରା 370 କୁ ହଟାଇ ଦେଇଛନ୍ତି। ବର୍ତ୍ତମାନ ଜାମ୍ମୁ କାଶ୍ମୀର ଓ ଲଦାଖ ହେଉଛି କେନ୍ଦ୍ରଶାସିତ ଅଞ୍ଚଳ । ସଂଶୋଧିତ ଅଧ୍ୟାୟ ବର୍ତ୍ତମାନ ମିଳିତ ଜାତିସଂଘର 1948 ରେଜୋଲୁସନକୁ ମଧ୍ୟ ବ୍ୟାଖ୍ୟା କରେ ଯେ ଏହି ରିଜୋଲ୍ୟୁସନରେ ଜାମ୍ମୁ କାଶ୍ମୀରରେ ଦର୍ଶାଇଛି ।

ABOUT THE AUTHOR

...view details