ଓଡିଶା

odisha

ETV Bharat / bharat

ରାଜ୍ୟସଭାରେ ପାରିତ ହେଲା ଜାମ୍ମୁ-କାଶ୍ମୀରର ସରକାରୀ ଭାଷା ସଂଶୋଧନ ବିଲ୍ - jammu kashmir

ବୁଧବାର ରାଜ୍ୟସଭାରେ ଜାମ୍ମୁ କାଶ୍ମୀରର ସରକାରୀ ଭାଷା (ସଂଶୋଧନ) ବିଲ୍ ପାରିତ ହୋଇଛି। ମଙ୍ଗଳବାର ଲୋକସଭାରେ ଏହାକୁ ପାରିତ କରାଯାଇଥିଲା ।

ଜାମ୍ମୁ-କାଶ୍ମୀରର ସରକାରୀ ଭାଷା ବିଲ୍
ଜାମ୍ମୁ-କାଶ୍ମୀରର ସରକାରୀ ଭାଷା ବିଲ୍

By

Published : Sep 23, 2020, 12:29 PM IST

Updated : Sep 23, 2020, 2:03 PM IST

ନୂଆଦିଲ୍ଲୀ: ଆଜି(ବୁଧବାର) ରାଜ୍ୟସଭାରେ ଜାମ୍ମୁ କାଶ୍ମୀରର ସରକାରୀ ଭାଷା (ସଂଶୋଧନ) ବିଲ୍ ପାରିତ ହୋଇଛି। ମଙ୍ଗଳବାର ପ୍ରଥମେ ଲୋକସଭାରେ ଏହି ବିଲ୍ ପାରିତ ହୋଇଥିଲା । ଗୃହ ରାଜ୍ୟମନ୍ତ୍ରୀ କିଶନ ରେଡ୍ଡୀ ଗୃହରେ ଏହି ବିଲ୍ ଆଗତ କରିଛନ୍ତି। ନ୍ୟାସନାଲ କନଫରେନ୍ସର ସାଂସଦ ହସନେନ ମାସୁଦିଙ୍କ ଦ୍ବାରା ଏହି ବିଲକୁ ବିରୋଧ କରାଯାଇଥିଲା, କିନ୍ତୁ ଏହି ବିଲ୍ ଲୋକସଭାରେ ପୂର୍ଣ୍ଣ ସମର୍ଥନ ପାଇଥିଲା। ନୂତନ ବିଲ୍ ଅଧୀନରେ ଉର୍ଦ୍ଦୁ, କାଶ୍ମୀରୀ, ଡୋଗ୍ରି, ହିନ୍ଦୀ ଏବଂ ଇଂରାଜୀ ଜାମ୍ମୁ କାଶ୍ମୀରର ସରକାରୀ ଭାଷା ହେବ ।

ଏହି ବିଲ୍ ପାରିତ ହେବା ପରେ ଗୃହମନ୍ତ୍ରୀ ଅମିତ ଶାହା ଖୁସି ବ୍ୟକ୍ତ କରିଛନ୍ତି । ଜାମ୍ମୁ କାଶ୍ମୀରବାସୀଙ୍କ ପାଇଁ ଏହି ସ୍ମରଣୀୟ ମୁହୂର୍ତ୍ତ ବୋଲି ସେ କହିଛନ୍ତି । ଏହି ଐତିହାସିକ ବିଲ୍ ଜାମ୍ମୁ କାଶ୍ମୀରର ବହୁ ପ୍ରତୀକ୍ଷିତ ସ୍ବପ୍ନକୁ ସାକାର କରିବ । କାଶ୍ମୀରୀ, ଡୋଗ୍ରି, ଉର୍ଦ୍ଦୁ, ହିନ୍ଦୀ ଏବଂ ଇଂରାଜୀ ବର୍ତ୍ତମାନ ଜାମ୍ମୁ କାଶ୍ମୀରର ସରକାରୀ ଭାଷା ହେବ ।

ଗୃହମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, ‘ଏହି ବିଲ୍ ମାଧ୍ୟମରେ ‘ଗୋଜରୀ’,‘ପାହାଡୀ’ ଏବଂ ‘ପଞ୍ଜାବୀ’ ଭଳି ପ୍ରମୁଖ ଆଞ୍ଚଳିକ ଭାଷାର ବିକାଶ ପାଇଁ ସ୍ବତନ୍ତ୍ର ଉଦ୍ୟମ କରିବାକୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଏଥିସହ ଏହି ବିଲ୍ ଜାମ୍ମୁ କାଶ୍ମୀର କଳା, ସଂସ୍କୃତି ଏବଂ ଭାଷା ଏକାଡେମୀ ପରି ଅନ୍ୟାନ୍ୟ ସାମ୍ପ୍ରତିକ ଅନୁଷ୍ଠାନିକ ଗଠନକୁ ମଜବୁତ କରିବ।

Last Updated : Sep 23, 2020, 2:03 PM IST

ABOUT THE AUTHOR

...view details