ଶ୍ରୀନଗର: ସୋପୋରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି । ବୁଧବାର ସୋପୋରରେ ସିଆରପିଏଫ୍ ଉପରେ ଆତଙ୍କବାଦୀ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଜଣେ ସିଆରପିଏଫ ଯବାନ ଶହୀଦ ହୋଇଥିବାବେଳେ ସହ 3 ଯବାନ ଆହତ ହୋଇଛନ୍ତି । ଶହୀଦ ହୋଇଥିବା ଯବାନ ଦୀପଚନ୍ଦ ବର୍ମା । ସେ ରାଜସ୍ଥାନ ସିକରର ବାସିନ୍ଦା ଥିଲେ।
ସୋପୋରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ସୋପୋରରେ ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ବୁଧବାର ସୋପୋରରେ ସିଆରପିଏଫ୍ ଉପରେ ଆତଙ୍କବାଦୀ ଗୁଳି ଚଳାଇଥିଲେ।
ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ସାଧାରଣ ନାଗରିକ ମଧ୍ୟ ପ୍ରାଣ ହରାଇଥିଲେ । ଘଟଣାସ୍ଥଳରୁ ତାଙ୍କର 3 ବର୍ଷର ନାତିଙ୍କୁ ସୁରକ୍ଷା ବାହିନୀ ଉଦ୍ଧାର କରିଛନ୍ତି। ଏହି ଘଟଣାର ହୃଦୟ ବିଦାରକ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଅଧିକାରୀଙ୍କ ଅନୁସାରେ 60 ବର୍ଷିୟ ବଶିର ଖାନ ଜୀବନ ବଞ୍ଚାଇବା ପାଇଁ ନିଜ କାରରୁ ବାହାରି ପଳାୟନ କରିବାକୁ ଚେଷ୍ଟା କରୁଥିବା ବେଳେ ଗୁଳି ବାଜି ପ୍ରାଣ ହରାଇଥିଲେ । ଏହାପରେ 3 ବର୍ଷର ନାତି ଜେଜେଙ୍କ ମୃତଦେହ ନିକଟରେ ବସି କାନ୍ଦିବାକୁ ଲାଗିଲା । ଯେତେବେଳେ ସିଆରପିଏଫ ଯବାନ ପିଲାଟିକୁ ତାଙ୍କ ଜେଜେବାପାଙ୍କ ମୃତଦେହ ନିକଟରେ କାନ୍ଦୁଥିବାର ଦେଖିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିଶୁଟିକୁ ଉଦ୍ଧାର କରିବାକୁ ଆଗେଇ ଆସିଥିବାବେଳେ ତାଙ୍କ ସାଥୀମାନେ ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ କଭର୍ ଫାୟାରିଂ କରିଥିଲେ । ତେବେ ଶିଶୁକୁ ବଞ୍ଚାଇଥିବା ପୱନ କୁମାର ଚୌବେଙ୍କୁ ପ୍ରଶଂସା କରାଯାଉଛି।